Latest Odisha News

BREAKING NEWS

ୱିମ୍ବେଲଡନ ଟେନିସ: ମିକ୍ସଡ ଡବଲ୍ସ ସେମିରେ ଭାରତର ସାନିଆ

ନୂଆଦିଲ୍ଲୀ: ଭାରତର ଷ୍ଟାର ଖେଳାଳି ସାନିଆ ମିର୍ଜା ଚଳିତ ୱିମ୍ବେଲଡନ ଟେନିସ ଟୁର୍ଣ୍ଣାମେଂଟର ମିକ୍ସଡ ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସାନିଆ ଏବଂ ତାଙ୍କ କ୍ରୋଏସୀୟ ଯୋଡି ମ୍ୟାଟ ପୋଭିକ କ୍ୱାର୍ଟର ଫାଇନାଲରେ କାନାଡାର ଗ୍ରାବିୟାଲା ଡାବ୍ରୋବସ୍କି ଓ ଅଷ୍ଟ୍ରେଲିଆର ଜନ ପୀୟର୍ସଙ୍କୁ ୬-୪, ୩-୬ ଓ ୭-୫ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ସାନିଆ-ପୋଭିକ ବିଜୟ ହାସଲ କରିବା ପରେ ଦ୍ୱିତୀୟ ସେଟକୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଯୋଡି ଜିତି ମ୍ୟାଚରେ ରୋମାଂଚ ଭରିଥିଲେ । ନିର୍ଣ୍ଣାୟକ ସେଟରେ ବାଜି ମାରିଥିଲେ ସାନିଆ ଏବଂ ତାଙ୍କ ଯୋଡୀ ।

୩୬ ବର୍ଷୀୟ ସାନିଆ ୱିମ୍ବେଲେଡନ ପୂର୍ବରୁ ଏହା ତାଙ୍କ କ୍ୟାରିୟରର ଶେଷ ଗସ୍ତ ହେବ ବୋଲି ଘୋଷଣା କରିଥିଲେ । ୨୦୧୬ରେ ସାନିଆ ଶେଷ ଥର ପାଇଁ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିଲେ । ମହିଳା ଡବଲ୍ସରେ ସେ ଏହି ସଫଳତା ହାସଲ କରିଥିଲେ । ସେହିପରି ୨୦୧୫ରେ ୱିମ୍ବେଲଡନ ମହିଳା ଡବଲ୍ସ ଏବଂ ୨୦୧୪ରେ ମିକ୍ସଡ ଡବଲ୍ସରେ ଚାମ୍ପିୟନ ହୋଇଥିଲେ । ସେ ତାଙ୍କ କ୍ୟାରିୟରରେ ୭ ଥର ଗ୍ରାଣ୍ଡ ସ୍ଲାମ ଟାଇଟଲ ହାସଲ କରିଛନ୍ତି ।

Leave A Reply

Your email address will not be published.