Latest Odisha News

BREAKING NEWS

ନୂଆ ବିଧାୟକଙ୍କୁ ପଢାଇବେ ନଡ୍ଡା; ବୁଝାଇବେ ସରକାର କେମିତି ଚାଲେ?

ଭୁବନେଶ୍ବର: ପୁଣି ଥରେ ରାଜ୍ୟ ବିଜେପିର କର୍ମଶାଳା ଅନୁଷ୍ଠିତ ହେବାକୁ ଯାଉଛି । ଯେଉଁଥିରେ ନୂଆ ବିଧାୟକମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସରକାର ବାସ୍ତବରେ କେମିତି ଚାଲେ ବୁଝାଯିବ । ଏନେଇ ବିଧାୟକମାନଙ୍କୁ ପାଠ ପଢାଇବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।

ତେବେ ଆସନ୍ତାକାଲିଠୁ ଅନୁଷ୍ଠିତ ହେବ ବିଜେପିର ୨ ଦିନିଆ କର୍ମଶାଳା । ବିଜେପି କର୍ମଶାଳାରେ ବିଧାୟକଙ୍କୁ ତାଲିମ ଦେବେ ଜେପି ନଡ୍ଡା । ନୂଆ ବିଧାୟକଙ୍କୁ ସରକାର କେମିତି ଚାଲେ ବୁଝାଇବେ । ଏଥିସହିତ ଅଭିଜ୍ଞତା ସମ୍ପନ୍ନ ନେତାଙ୍କଠାରୁ ନବାଗତମାନେ ବିଭିନ୍ନ ରାଜନୈତିକ ସାଙ୍ଗକୁ ନୈତିକତା ପାଠ ଶିଖିବେ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ସେପଟେ ଆଜି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟବୀମା ଓଡିଶାବାସୀଙ୍କ ପାଇଁ ଶୁଭାରମ୍ଭ କରିବାକୁ ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ଏଥିପାଇଁ ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ନଡ୍ଡା । ଅପରାହ୍ନ ୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସିଧା କଟକରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ଯୋଗଦେବେ । ଏହାପରେ ୧୨ ତାରିଖରେ ପୁରୀରେ ବିଜେପି ପ୍ରଶିକ୍ଷଣ ଶିବିର ଉଦ୍‌ଘାଟନ କରି ବିଧାୟକଙ୍କ ସହ ଆଲୋଚନା ପରେ ପୁଣି ଦିଲ୍ଲୀ ଫେରିଯିବେ ।

Comments are closed.