ନୂଆପଡା: ନୂଆପଡାରେ ବଡ ବିଜୟ ଲକ୍ଷରେ ଆଗକୁ ବଢୁଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ରାଉଣ୍ଡ ୧୮ ସୁଦ୍ଧା ୫୯ ହଜାର ୯୧୨ ଭୋଟ ଆଗରେ ରହିଛନ୍ତି । ଏହାରି ଭିତରେ ହଠାତ୍ ଆଗେଇଛି କଂଗ୍ରେସ । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଟପିଯାଇଛନ୍ତି । ଜୟଙ୍କ ଠାରୁ ୫୯ ହଜାର ୯୧୨ ଭୋଟରେ ପଛରେ ଥିବା ବେଳେ ସ୍ନେହାଙ୍ଗିନୀ ୬୦ ହଜାର ୮୪୦ ଭୋଟରେ ପଛରେ ରହିଛନ୍ତି ।
୧୮ ରାଉଣ୍ଡ ସୁଦ୍ଧା ରାଉଣ୍ଡ ସୁଦ୍ଧା ୫୯ ହଜାର ୯୧୨ ଭୋଟ୍ରେ ଆଗୁଆ ରହିଛନ୍ତି ଜୟ । ବର୍ତ୍ତମାନ ସୁଦ୍ଧା ଜୟ ଢୋଲକିଆଙ୍କୁ ୮୮,୨୭୮ ଭୋଟ୍ ମିଳିଛି । ସେହିପରି ଦ୍ୱିତୀୟ ସ୍ଥାନକୁ କଂଗ୍ରେସ ଉତ୍ତୀର୍ଣ୍ଣ ହୋଇଛି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝି, ୨୮,୩୬୬ ଭୋଟ ପାଇଛନ୍ତି । ତୃତୀୟ ସ୍ଥାନକୁ ଖସିଛି ବିଜେଡି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୭,୪୩୮ ଭୋଟ୍ ।
Comments are closed.