Latest Odisha News

ବିଜେପି ସାଂସଦ ଓମ୍ ବିର୍ଲା ହେବେ ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ : ବିଜେପି ସାଂସଦ ଓମ୍ ବିର୍ଲା ସପ୍ତଦଶ ଲୋକସଭାର ଆଗାମୀ ବାଚସ୍ପତି ହୋଇପାରନ୍ତି ବୋଲି ସୂଚନା ମିଳିଛି ।

ଶ୍ରୀଯୁକ୍ତ ବିର୍ଲା ରାଜସ୍ଥାନର କୋଟାରୁ ୨ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହାବ୍ୟତୀତ ସେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅତି ଘନିଷ୍ଠ ବୋଲି ସୁତ୍ରରୁ ପ୍ରକାଶ । ଏଯାବତ୍ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନଥିବାବେଳେ ସେ ଦଳର ପ୍ରଥମ ପସନ୍ଦ ବୋଲି ତାଙ୍କ ପତ୍ନୀ ଅମିତା ବିର୍ଲା ପ୍ରକାଶ କରିଛନ୍ତି ।

୫୬ ବର୍ଷୀୟ ଏହି ନେତା ବିଜେପିର ଯୁବ ମୋର୍ଚ୍ଚା ସହ ସଂଶ୍ଲିଷ୍ଟ । ସେ ୨୦୧୮ ନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜସ୍ଥାନର ସମ୍ପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ତୁଲାଇଥିଲେ ।

ଅପରପକ୍ଷରେ ସୋମବାର ଦିନ ବିଜେପି ସାଂସଦ ବିରେନ୍ଦ୍ର କୁମାରଙ୍କୁ କାମଚଳା ବାଚସ୍ପତି ଭାବେ ନିୟୋଜିତ କରାଯାଇଥିଲା । ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଶପଥ ଗ୍ରହଣ ପରେ ଓ ଅନ୍ୟ ସମସ୍ତ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ । ୫୪୨ ଜଣ ସଦସ୍ୟଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆଜିବି ଜାରି ରହିବା ସମ୍ଭାବନା ରହିଛି ।

Leave A Reply

Your email address will not be published.