Latest Odisha News

BREAKING NEWS

ଦିଲ୍ଲୀରେ ବିଜେପିର ବିଜୟ ଉତ୍ସବ ଓ ମହା ବାଇକ୍ ରାଲିରେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ/ଭୁବନେଶ୍ବର: ଦେଶର ପ୍ରମୁଖ ୪ଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ଆଜି ଦିଲ୍ଲୀ ପ୍ରଦେଶ ବିଜେପି ତରଫରୁ ଦିଲ୍ଲୀର ବୁରାଡି ନିରଙ୍କାରୀ ପଡିଆରେ ବିଜୟ ଉତ୍ସବ ଓ ବିଶାଳ ମଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ଦିଲ୍ଲୀ ପ୍ରଦେଶ ପ୍ରଭାରୀ ବୈଜୟନ୍ତ ପଣ୍ଡା ଯୋଗଦେଇ ରାଲିର ଶୁଭାରମ୍ଭ କରି ଉପସ୍ଥିତ ଦଳର କାର୍ୟ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସମ୍ବୋଧିତ କରିଥିଲେ। ପରେ ନିଜେ ଶ୍ରୀ ପଣ୍ଡା ମଟରସାଇକେଲ ଚଲାଇ ଦଳର କାର୍ୟ୍ୟକର୍ତ୍ତାଙ୍କ ସହ ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲି ବୁରାଡି ନିରଙ୍କାରୀ ପଡିଆରୁ ଆରମ୍ଭ ହୋଇ ଅକ୍ଷରଧାମ ପର୍ୟ୍ୟନ୍ତ ଜାଇଥିଲା।

ଏହି ଅବସରରେ ଶ୍ରୀ ପଣ୍ଡା ଦିଲ୍ଲୀ ପ୍ରଦେଶରେ ଆଗକୁ ନଗର ନିଗମ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଓ ଦିଲ୍ଲୀରେ ଥିବା ଆମ୍ ଆଦମୀ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଲଢେଇ ଜାରି ରଖିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ।

ଆଜିର ଏହି ସମାବେଶରେ ବୈଜୟନ୍ତ ପଣ୍ଡାଙ୍କ ସମେତ ଦିଲ୍ଲୀ ପ୍ରଦେଶ ସଭାପତି ଆଦେଶ ଗୁପ୍ତା, ପୂର୍ବତନ ଅଧକ୍ଷ ମନୋଜ ତିୱାରୀ ସହ ଦିଲ୍ଲୀ ପ୍ରଦେଶର କାର୍ୟ୍ୟକର୍ତ୍ତା, ପଦାଧିକାରୀଙ୍କ ସମେତ ଶତାଧିକ କର୍ମୀ ଯୋଗଦେଇଥିଲେ।

Leave A Reply

Your email address will not be published.