Latest Odisha News

BREAKING NEWS

ଋଷର ଜୋରଦାର ଆକ୍ରମଣ, ପ୍ରାଣ ହରାଇଲେ ୧୦୦ ଯବାନ

ଦିଲ୍ଲୀ : ଥମିବାର ନାଁ ଧରୁନି ଯୁଦ୍ଧ । ୨୫ ଦିନରେ ୟୁକ୍ରେନ ଓ୍ବାର । ଦିନକୁ ଦିନ ତୀବ୍ର ହେଉଛି ଆକ୍ରମଣ । ମାୟକୋଲେଭର ଏକ ସାମରିକ ବାରାକ ଉପରେ ଋଷ କରିଥିବା ବୋମାମାଡ ଘଟଣାରେ ମୃତ୍ୟୁସଂଖ୍ୟା ୧୦୦ରୁ ଅଧିକ ହୋଇଥିବା ଆଶଙ୍କା କରାଯାଉଛି । ବାରାକରେ ୨୦୦ରୁ ଅଧିକ ସୈନ୍ୟ ଶୋଇଥିବା ବେଳେ ଏହି ବୋମାମାଡ ହୋଇଥିଲା ବୋଲି ଅଭିଯୋଗ କରିଛି ୟୁକ୍ରେନ । ରକେଟ୍ ମାଡରେ ବାରାକ ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି ।

କିଛି ଦିନ ଧରି ପୋର୍ଟ ସିଟି ଓଡେଶା ନିକଟସ୍ଥ ମାୟକୋଲେଭରେ ଘନ ଘନ ବୋମାମାଡ କରାଯାଉଛି । ରାଜଧାନୀ କିବରେ ବି ଆକ୍ରମଣ ଜାରିରହିଛି । ବର୍ତ୍ତମାନ ସୁଦ୍ଧା ସେଠାରେ ୨୨୮ ଲୋକଙ୍କ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି ମେୟର ।

ଗତ ଫେବ୍ରୁଆରୀ ୨୪ରେ ଆକ୍ରମଣର ଆରମ୍ଭ ପରଠାରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡି ଚାଲିଗଲେଣି ୩୩ ଲକ୍ଷ ୨୮ ହଜାରରୁ ଅଧିକ ନାଗରିକ । ଏହାସହ ପ୍ରାୟ ୬୫ ଲକ୍ଷ ଲୋକ ବେଘର ହେଲେଣି ବୋଲି ସୂଚନା ଦେଇଛି ଜାତିସଂଘ । ଦେଶ ଛାଡିଥିବା ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ହେଉଛନ୍ତି ମହିଳା ଓ ଶିଶୁ । କେବଳ ପୋଲାଣ୍ଡକୁ ୨୦ ଲକ୍ଷ ଲୋକ ଚାଲିଯାଇଥିବା ବେଳେ ରୋମାନିଆରେ ଶରଣାର୍ଥୀ ସାଜିଲେଣି ୫ ଲକ୍ଷ ନାଗରିକ ।

Leave A Reply

Your email address will not be published.