Latest Odisha News

BREAKING NEWS

ମିଳିଲା ବ୍ଲାକ ବକ୍ସ;ଏଥିରେ ରେକର୍ଡ ହୋଇଛି ସବୁ ତଥ୍ୟ

ଗୁଜୁରାଟ: ଜୁନ୍ ୧୨ ତାରିଖରେ ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ AI171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏହି ଅଘଟଣ ପରେ ସାରା ଦେଶ ସ୍ତବ୍ଧ । ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ତଦନ୍ତ ଜାରି ରହିଛି। ଏହି ସମୟରେ ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ବିମାନର ଦୁର୍ଘଟଣାଗ୍ରସ୍ତ ଭଗ୍ନାବଶେଷରୁ ବିମାନର ବ୍ଲାକ୍ ବାକ୍ସ ଉଦ୍ଧାର କରାଯାଇଛି।

ବିମାନର ବ୍ଲାକ୍ ବାକ୍ସ ମିଳିବା ପରେ, ଏହାକୁ ଯାଞ୍ଚ ଏବଂ ଅଧିକ ତଦନ୍ତ ପାଇଁ AAIB(Aircraft Accident Investigation Bureau)କୁ ହସ୍ତାନ୍ତର କରାଯାଇଛି, ଯାହା ଏହି ମାମଲାର ତଦନ୍ତ କରୁଛି ।

ବ୍ଲାକ ବାକ୍ସଟି ଟେଲ୍ ପଏଣ୍ଟରେ ଫସି ରହିଥିବା ଏକ କୋଠାରୁ ମିଳିଥିଲା। ବିମାନର କକପିଟ୍ ପ୍ୟାନେଲରେ ସ୍ଥାପିତ ଅଧିକାଂଶ ଉପକରଣ ଗୁରୁତର ଭାବରେ ପୋଡ଼ି ଯାଇଛି । ବ୍ଲାକ ବାକ୍ସ ମିଳିବା ତଦନ୍ତ ପାଇଁ ଏକ ବଡ଼ ସଫଳତା ଭାବରେ ଦେଖାଯାଉଛି। ଏହି ବିମାନରେ ଦୁଇଟି ‘ବ୍ଲାକବକ୍ସ’ ଥିଲା। ଏଥିରେ ରେକର୍ଡ ହୋଇଛି ସବୁ ତଥ୍ୟ।

ଏହା ପୂର୍ବରୁ, ଗୁଜରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ (ଏଟିଏସ୍) ସେହି ସ୍ଥାନରୁ ଏକ ଡିଜିଟାଲ୍ ଭଏସ୍ ରେକର୍ଡର୍ ଉଦ୍ଧାର କରିଥିଲା।

ସୂଚନାଥାଉକି, ଜୁନ୍ ୧୨ ତାରିଖରେ ଲଣ୍ଡନ ଗାଟୱିକ୍ ପାଇଁ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ଯରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଯାହା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି ଯେତେବେଳେ କୁହାଯାଉଛି । ବିମାନ ଦୁର୍ଘଟଣାରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ।

Comments are closed.