Latest Odisha News

BREAKING NEWS

୧୪ ଦିନ ଶିଶୁର ବ୍ଲାକ୍ ଫଙ୍ଗସ ଅସ୍ତ୍ରୋପଚାର

ଆଗ୍ରା : କରୋନା ପରବର୍ତ୍ତୀ ବ୍ଲାକ ଫଙ୍ଗସ ସଂକ୍ରମଣ କାହାକୁ ବି ହୋଇପାରେ। ଆଗ୍ରାର ଜଣେ ୧୪ ଦିନର ଶିଶୁ ମଧ୍ୟ ଏଥିରେ ସଂକ୍ରମିତ ହେବା ସହ ତାର ସଫଳ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ମିଳିଛି।

ଆଗ୍ରା ସରୋଜିନୀ ନାଇଡୁ ହସପିଟାଲରେ ଏହି ଶିଶୁଟିକୁ ଭର୍ତ୍ତି କରାଯାଇଥିଲା। ତେବେ ତା ଦେହରେ କୋଭିଡ ସଂକ୍ରମଣର କୌଣସି ଲକ୍ଷଣ ନ ଥିଲା। କିନ୍ତୁ ତାର ଓଠରେ ଏକ କଳା ରଙ୍ଗର ବ୍ରଣ ଭଳି ଚିହ୍ନ ଦେଖି ଡାକ୍ତର ସନ୍ଦେହ କରିଥିଲେ। ପରୀକ୍ଷା ପରେ ଏହା ବ୍ଲାକ ଫଙ୍ଗସ ସଂକ୍ରମଣ ବୋଲି ଜଣାପଡ଼ିଥିଲା। ତୁରନ୍ତ ତାର ଅପରେସନ କରାଯାଇଥିଲା। ଏବେ ଶିଶୁଟି ସୁସ୍ଥ ଅଛି ବୋଲି ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି। କିନ୍ତୁ ଶିଶୁଟିର ଓଜନ କମ୍ ଥିବା ସହ କିଡନି ଓ ହାର୍ଟ ସମ୍ପର୍କିତ ଅସୁସ୍ଥତା ରହିଥିବାରୁ ତାକୁ ଆଇସିୟୁରେ ରଖାଯାଇଛି।

Leave A Reply

Your email address will not be published.