Latest Odisha News

ଗୁଣି ଗାରେଡିର କରୁଣ ପରିଣତି, ଯୁବତୀଙ୍କୁ ମୁଣ୍ଡରେ ଫୋଡ଼ିଥିଲେ ୨୨ଟି ଲୁହା କଣ୍ଟା

ଭୁବନେଶ୍ଵର: ଯୁଗ ଆସି କେଉଁଠି ପହଞ୍ଚିଲାଣି । ମଣିଷ ଯାଇ ଚନ୍ଦ୍ରରେ ପହଞ୍ଚିଲାଣି । ବଡ ବଡ ରୋଗର ଉପଚାର ପାଇଁ ବୈଜ୍ଞାନିକ ମାନେ କେତେ ପ୍ରକାରର ଔଷଧ ବାହାର କଲେଣି । ତଥାପି ଏଇ ମଣିଷ ଅନ୍ଧ ବିଶ୍ଵାସର ବଶବର୍ତ୍ତି ହୋଇ ନିଜେ ନିଜର ଜୀବନ ନେଇ ଯାଉଛି । ସାଧାରଣ ରୋଗଟିଏ ହେଲେ ମଧ୍ୟ ଆଜିର ଦୁନିଆରେ ଲୋକେ ଡାକ୍ତର ପାଖକୁ ନୁହେଁ ବରଂ ଗୁଣିଆ ପାଖକୁ ଯାଉଛନ୍ତି । ଆଉ ଏଭଳି ଏକ ଘଟଣାର ବିକଳ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଇଂଚଗାଁରେ । ୧୬ ବର୍ଷୀୟା ନାବାଳିକା ମୁଣ୍ଡରେରେ ଗୁଣିଆ ଫୋଡ଼ିଛି ୨୨ଟି ଲୁହା କଣ୍ଟା ।

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁର ବିଷ୍ଣୁ ବେହେରାଙ୍କ ଝିଅ ରେଶମା ବେହେରା ଗତ ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରୀ ଚିକିତ୍ସା ପରେ ମଧ୍ୟ ସେ ସୁସ୍ଥ ନହେବାରୁ ତାଙ୍କ ବାପା ତାଙ୍କୁ କଣ୍ଟାବାଞ୍ଜି ଥାନା ଜାମୁଟଝୁଲା ଗାଁର ତାନ୍ତ୍ରିକ ସନ୍ତୋଷ ରଣାଙ୍କ ନିକଟକୁ ନେଇଥିଲେ। ସେଠାରେ ତାନ୍ତ୍ରିକ ସନ୍ତୋଷ ରେଶମାଙ୍କ ମୁଣ୍ଡରେ ଏକାଧିକ ଲୁହା କଣ୍ଟା ଫୋଡ଼ିଥିବା ସନ୍ଦେହ କରାଯାଉଛି।

ଗତ ୪ ବର୍ଷ ପରେ ଏବେ କିଛି ଦିନ ତଳେ ରେଶମାଙ୍କ ସ୍ଵାସ୍ଥ୍ୟ ପୁଣିଥରେ ଖରାପ ହେବାରେ ଲାଗିଲା । ରେଶମାଙ୍କ ମୁଣ୍ଡରୁ ଧିରେ ଧିରେ କଣ୍ଟା ବାହାରିବାରୁ ତିରନ୍ତ ତାଙ୍କୁ ପ୍ରଥମେ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ସ୍ଥାନାନ୍ତର କରାଯାଇଛି। ୮ଟି ଲୁହା କଣ୍ଟା ବାହାରି ସାରିଥିବା ବେଳେ ସିଟି ସ୍କାନ ପରେ ମୁଣ୍ଡରେ ଆହୁରି ୧୦ ରୁ ଅଧିକ ଲୁହା କଣ୍ଟା ଥିବା କହିଛନ୍ତି ଡାକ୍ତର । ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି ରେଶମାଙ୍କ ବାପା । ଅଭିଯୋଗ ପରେ ପୋଲିସ ତାନ୍ତ୍ରିକ ସନ୍ତୋଷ ରଣାଙ୍କୁ ଗିରଫ କରିଛି।

Comments are closed.