ନୂଆଦିଲ୍ଲୀ: ବ୍ରହ୍ମାଣ୍ଡରେ ଅନେକ ପ୍ରକାରର ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। ଆଜି ଆକାଶରେ ଏକ ବିରଳ ଘଟଣା ଦେଖିବାକୁ ମିଳିବ। ଆକାଶରେ ଦିଶିବ କଳା ଜହ୍ନ। ଯଦିଓ ଚନ୍ଦ୍ର ଉଜ୍ଜ୍ୱଳ ଏବଂ ଚମତ୍କାର। ଆପଣ ନିଶ୍ଚିତ ଭାବରେ ଚନ୍ଦ୍ରକୁ ଅନେକ ରଙ୍ଗରେ ଦେଖିଥିବେ। ଜହ୍ନ ଅନେକ ରଙ୍ଗରେ ଦେଖାଯାଏ। କେବେ ରେଡ ମୁନ, ବ୍ଲୁ ମୁନ୍। କିନ୍ତୁ ବର୍ତ୍ତମାନ ଆପଣ କଳା ଜହ୍ନ ଦେଖିବେ।
ଏସିଆ, ଆଫ୍ରିକା ଏବଂ ୟୁରୋପ ମହାଦେଶରେ ଏହା ଆଜି ଦୃଶ୍ୟମାନ ହେବ। ଭାରତ ଆକାଶରେ ଆସନ୍ତାକାଲି ଭୋର୍ ଅର୍ଥାତ ସକାଳ ୪ଟା ବେଳେ ଏହା ଦେଖିବାକୁ ମିଳିବ। କଳାଜହ୍ନ କଥା କହିଲେ ମନରେ ଅନେକ କୌତୁହଳ, ରୋମାଞ୍ଚ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥାଏ। ସାଧାରଣତଃ ଗୋଟିଏ ମାସରେ ଦୁଇ ଥର ଅମାବାସ୍ୟା ପଡ଼ିଲେ ଏହା ଦୃଶ୍ୟମାନ ହୋଇଥାଏ। ଦ୍ୱିତୀୟ ଅମାବାସ୍ୟା ରାତିକୁ କଳା ଜହ୍ନ ବୋଲି କୁହାଯାଇଥାଏ।
ଚନ୍ଦ୍ର କିପରି କଳା ହୋଇଯାଏ?
ଅମାବାସ୍ୟା ରାତି ଏକ ଅନ୍ଧକାର ରାତି ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ସମାନ ଦିଗରେ ସମାନ୍ତରାଳ ହୋଇଥାନ୍ତି ଏବଂ ଚନ୍ଦ୍ରର ଆଲୋକିତ ଅଂଶ ପୃଥିବୀଠାରୁ ଦୂରରେ ରହିଥାଏ, ଯାହା ଏହାକୁ ଖାଲି ଆଖିରେ ଦେଖି ହୁଏ ନାହିଁ ଏବଂ ଆକାଶ କଳା ଦେଖାଯାଏ। ସେହିପରି ୩ ମାସରେ ୪ ଥର ଅମାବାସ୍ୟା ଆସିଥିଲେ ବି ତାହାକୁ କଳା ଜହ୍ନ ବୋଲି କୁହାଯାଏ। ଅନ୍ୟ ଅମାବାସ୍ୟା ଭଳି ଚନ୍ଦ୍ର ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରୁହେ, ଫଳରେ ଏହା ଦେଖାଯାଏ ନାହିଁ। ଚନ୍ଦ୍ରଗ୍ରହଣ ଭଳି ଏହା କୌଣସି ପ୍ରଭାବ ପକାଏନି। କିନ୍ତୁ ଗୋଟିଏ ମାସରେ ଦୁଇଟି ଅମାବାସ୍ୟା ଆସୁଥିବାରୁ ଏହାର ଗୁରୁତ୍ୱ କିଛିଟା ବଢ଼ି ଯାଏ।
Comments are closed.