Latest Odisha News

BREAKING NEWS

ଓଡ଼ିଶା ଜଙ୍ଗଲରେ ପୁଣି ଦେଖାଦେଲା କଳା ବାଘ

ଭୁବନେଶ୍ୱର: ବନ୍ୟଜନ୍ତୁ ପ୍ରେମୀଙ୍କ ପାଇଁ ଖୁସି ଖବର। ରାଜ୍ୟ ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କଲେ ପିସିସିଏଫ୍‌ ସୁଶାନ୍ତ ନନ୍ଦ। କ୍ୟାମେରା ଟ୍ରାପ୍‌ରେ କଏଦ୍‌ ହେଲା କଳା ରଙ୍ଗର କଲରା ପତରିଆ ବାଘ।

ପୂର୍ବରୁ ଶିମିଳିପାଳରେ କଳା ଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା। ତେବେ ଏଥର ବାଘ କେଉଁଠି ଦେଖିବାକୁ ମିଳିଛି ସେନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଦେଖାଯାଇଥିବା ସୂଚନା ରହିଛି। ପିସିସିଏଫ୍ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ଓଡିଶାରେ ଚାଲିଥିବା ବାଘ ଗଣନା ବେଳେ ଦେଖିବାକୁ ମିଳିଥିଲା। ସୂଚନା ଥାଉକି ୨୦୧୮ରେ ସୁନ୍ଦରଗଡ଼ ବନଖଣ୍ଡ ହେମଗିର ବନାଞ୍ଚଳ ଗର୍ଜନପାହାଡ଼ ସଂରକ୍ଷିତ ଜଙ୍ଗଲରେ ଦୃଷ୍ଟିଗୋଚର ହୋଇଥିଲା ବିରଳ କଳା ବାଘ।

Leave A Reply

Your email address will not be published.