Latest Odisha News

BREAKING NEWS

Black Raisin Water Benefits: ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି… ସକାଳେ ଏହି ପାଣି ପିଇବା କରନ୍ତୁ ଆରମ୍ଭ

ଭୁବନେଶ୍ବର: ଆଜିକାଲି ମେଦବହୁଳତା ଏକ ସାଧାରଣ ସମସ୍ୟା ହୋଇଗଲାଣି। ଅଧିକାଂଶ ଯୁବପିଢ଼ି ଏହି ସମସ୍ୟାରେ ପୀଡିତ। ଖରାପ ଖାଦ୍ୟପେୟ ଅଭ୍ୟାସ ଏବଂ ଅସ୍ୱାସ୍ଥ୍ୟକର ଜୀବନଶୈଳୀ ଓଜନ ବୃଦ୍ଧିରେ ସହାୟକ ହେଉଛି। ଏପରି ସ୍ଥିତିରେ ଲୋକମାନେ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ପ୍ରକାରର ଟିପ୍ସ ଗ୍ରହଣ କରୁଛନ୍ତି। ସେମାନେ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବୁହାଉଛନ୍ତି, କିନ୍ତୁ ସେମାନଙ୍କର ଓଜନ କମିବା ପରି ମନେ ହେଉନାହିଁ। ଯଦି ଆପଣ ମଧ୍ୟ ଏହି ସମସ୍ୟାରେ ପୀଡିତ, ତେବେ କଳା କିସମିସ୍ ପାଣି ଲାଭଦାୟକ ସାବ୍ୟସ୍ତ ହୋଇପାରେ।

କଳା କିସମିସରେ ଆଇରାନ,ଫାଇବର,କ୍ୟାଲସିୟମ,ପୋଟାସିୟମ, ଆଣ୍ଟିଅକ୍ସିଡାଣ୍ଟ ଏବଂ ନେଚୁରାଲ ସୁଗାର ଭରପୂର ମାତ୍ରାରେ ରହିଥାଏ ଯାହା ଅନେକ ସ୍ୱାସ୍ଥ୍ୟ ଲାଭ ପ୍ରଦାନ କରେ।

ତେବେ କଳା କିସମିସ୍ ପାଣି ପିଇବା ଦ୍ୱାରା କ’ଣ ସ୍ୱାସ୍ଥ୍ୟ ଲାଭ ମିଳିଥାଏ ଆସନ୍ତୁ ଜାଣିବା…

କଳା କିସମିସରେ ପ୍ରଚୁର ପରିମାଣରେ ଫାଇବର ଥାଏ। ଆପଣ ଏହାକୁ ଭିଜାଇ ପାଣି ପିଅନ୍ତି, ସେତେବେଳେ ଏହି ଫାଇବର ଆପଣଙ୍କୁ ଅଧିକ ସମୟ ପାଇଁ ପେଟ ଫୁଲ୍ ଭଳି ଅନୁଭବ କରାଇବାରେ ସାହାଯ୍ୟ କରେ। ଏହା ଆପଣଙ୍କୁ ବାରମ୍ବାର ଭୋକ ଲାଗିବାରୁ ରକ୍ଷା କରିବାରେ ସାହାଯ୍ୟ କରେ, ଯାହା ଫଳରେ କ୍ୟାଲୋରୀ କମ୍ ହୁଏ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାରୁ ବଞ୍ଚିତ ହେବେ । ଯଦି ଆପଣ ମଧ୍ୟ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି, ତେବେ କଳା କିସମିସ୍ ର ପାଣି ପିଅନ୍ତୁ ।

କଳା କିସମିସରେ ଭରପୂର ପରିମାଣରେ ଆଇରନ ଏବଂ କପର ଥାଏ, ଯାହା ଲାଲ ରକ୍ତ କଣିକା ଗଠନରେ ସାହାଯ୍ୟ କରେ। ନିୟମିତ ସେବନ ହିମୋଗ୍ଲୋବିନ୍ ସ୍ତର ବୃଦ୍ଧି କରିବାରେ ଏବଂ ରକ୍ତହୀନତା ଦୂର କରିବାରେ ସାହାଯ୍ୟ କରିଥାଏ।

ଏଥିରେ ପ୍ରଚୁର ପରିମାଣରେ ଫାଇବର ଥାଏ, ଯାହା କୋଷ୍ଠକାଠିନ୍ୟ ଏବଂ ଗ୍ୟାସ୍ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ। ଏହା ପେଟ ସଫା କରିବା ଏବଂ ଅନ୍ତନଳୀ ଗତିକୁ ଉନ୍ନତ କରିବାରେ ମଧ୍ୟ ସାହାଯ୍ୟ କରେ।

ପ୍ରତିଦିନ ସକାଳେ ଖାଲି ପେଟରେ ଏହାକୁ ଖାଇବା ଦ୍ୱାରା ଯକୃତ ସଫା ହୋଇଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ (Toxins) ବାହାର କରିଦିଆଯାଏ।

କଳା କିସମିସରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିଥାଏ । ଯାହା ଆପଣଙ୍କୁ ଥଣ୍ଡା, କାଶ ଏବଂ ଅନ୍ୟାନ୍ୟ ରୋଗରୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରିଥାଏ।

 

 

 

Comments are closed.