ଭୁବନେଶ୍ବର: ଭାରତରେ କଳା ଲୁଣର ପ୍ରୟୋଗ ଚାଟ୍,ଚଟଣୀ,ରାଇତା ଓ ଅନେକ ଖାଇବାରେ ବ୍ୟବହାର କରାଯାଏ। ଚାଟ୍ ମସଲାର ସ୍ବାଦ ବଢାଇବା ପାଇଁ ଆମେ କଳା ଲୁଣ ବ୍ୟବହାର କରିଥାଉ । ଜାଣିଛନ୍ତି କି, ଖାଇବା ସ୍ବାଦିଷ୍ଟ କରିବା ବ୍ୟତୀତ କଳା ଲୁଣ ମୁହଁ ସଫାଠୁ ଆରମ୍ଭକରି ପାଚନ ପକ୍ରିୟା ପାଇଁ ମଧ୍ୟ କାମରେ ଆସିଥାଏ । ତେଣୁ ସବୁଦିନ ଡାଏଟରେ ଏହାକୁ ସାମିଲ୍ କରନ୍ତୁ ।
ଆସନ୍ତୁ ଜାଣିବା କଳା ଲୁଣର ଉପକାରିତା:-
-ଟମାଟୋ ରସ ସହ କଳା ଲୁଣକୁ ମିଶାଇ କେଶରେ ୧୫ମିନିଟ୍ ଲଗାଇ ରଖନ୍ତୁ । ତା’ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ୨ ସପ୍ତାହ କରିବା ଦ୍ବାରା କେଶ ସୁସ୍ଥ ରହିଥାଏ ।
-ଗୋଟିଏ ଗ୍ଲାସ ଗରମ ପାଣିରେ ଲେମ୍ବୁ ରସ ଏବଂ କଳା ଲୁଣ ମିଶାଇ ଦିନକୁ ଦୁଇ ଥର ପିଇବା ଦ୍ବାରା ମୋଟାପା ଦୂର ହୋଇଥାଏ ।
-ସେହିପରି କଳା ଲୁଣ ବ୍ୟବହାର କରିବା ଦ୍ବାରା ଭୋକ ଲାଗିବା ସମସ୍ୟା ମଧ୍ୟ ଦୂର ହୋଇଥାଏ ।
-ଏକ ଚିମୁଟା କଳା ଲୁଣ ସହ ଚାରି ଚାମଚ ଜୁଆଁଣି ମିଶ୍ରଣ କରି ଖାଇବା ଦ୍ବାରା ଗ୍ୟାସ୍ ଓ ପେଟ ଦରଜରୁ ଉପଶମ ମିଳିଥାଏ ।
– ଆହୁରିମଧ୍ୟ ଗରମ ପାଣିରେ ୨ ଚିମୁଟା କଳା ଲୁଣ ମିଶାଇ ସେହି ବାମ୍ଫକୁ ଶୁଙ୍ଘିବା ଦ୍ବାରା କାଶରୁ ଉପଶମ ମିଳିଥାଏ । ଏଥିସହ ଉଷୁମ ପାଣିରେ ୧ଚାମଚ କଳା ଲୁଣ ମିଶାଇ ଦିନକୁ ୩ ରୁ ୪ ଥର ପିଇବା ଦ୍ବାରା ଥଣ୍ଡାକାଶରୁ ଲାଘବ ମିଳିଥାଏ ।
Comments are closed.