Latest Odisha News

BREAKING NEWS

ରାଜଧାନୀରେ ପୁଣି ଥାର୍ ଆତଙ୍କ, ଦୋକାନ ଭିତରେ ପଶିଗଲା…

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ରଙ୍ଗବଜାର ଅଞ୍ଚଳରେ ଏକ କଳା ରଙ୍ଗର ମହିନ୍ଦ୍ରା ଥାର୍ ରାସ୍ତା କଡ଼ରେ ଥିବା ଏକ ଦୋକାନ ଭିତରେ ପଶିଯାଇଛି।

ସୂଚନା ଅନୁଯାୟୀ, ଗାଡ଼ି ଚାଳକ ନିଶାଦ୍ରବ୍ୟ ସେବନ କରିଥିବାରୁ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହି ଏସୟୁଭି ଗାଡ଼ିଟି ଦୋକାନର ସଟର ଭାଙ୍ଗି ଭିତରକୁ ପଶିଯାଇଥିଲା, ଯାହା ଫଳରେ ଦୋକାନ ଘରର କ୍ଷୟକ୍ଷତି ହୋଇଛି।

ସୌଭାଗ୍ୟବଶତଃ, ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି। ତେବେ ଘଟଣା ପରେ ସେହି ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

ଦୁର୍ଘଟଣା ପରେ ବାଲିଅନ୍ତା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଟିକୁ ଜବତ କରିଛି। ଗାଡ଼ି ଚାଳକଙ୍କ ବିଷୟରେ ଏବଂ ଦୁର୍ଘଟଣା ଘଟିବାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ବିବରଣୀ ସ୍ପଷ୍ଟ ହୋଇନାହିଁ।

Leave A Reply

Your email address will not be published.