Latest Odisha News

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି । ପାନୀୟରେ ନିଶା ଦେଇ ଅର୍ଚ୍ଚନା ନଗ୍ନ ଭିଡିଓ କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।

ପୀଡ଼ିତାଙ୍କ ଏତଲା ଅନୁସାରେ, ୨୦୧୮ ମସିହାରେ ଯୁବତୀ ଜଣଙ୍କ ଚାକିରି ସନ୍ଧାନରେ ଆସିଥିବା ବେଳେ ଅର୍ଚ୍ଚନାଙ୍କ ସହ ଚିହ୍ନା ହୋଇଥିଲେ । ଗୋଟିଏ ବିଲ୍ଡିଂରେ ଘର ଭଡ଼ା ନେଇ ରହୁଥିବାରୁ ଅର୍ଚ୍ଚନାଙ୍କ ସହ ପରିଚୟ ବଢ଼ିଥିଲା । ପରେ ଚାକିରି ଆଳରେ ଅର୍ଚ୍ଚନା, ପୀଡ଼ିତାଙ୍କୁ ଜାଲରେ ଫସାଇଥିଲେ ।

ପୀଡ଼ିତାଙ୍କ ଯୌନ ସମ୍ପର୍କ ବେଳର ଭିଡିଓ କରି ବ୍ଲାକମେଲିଂ କରି ରୋଜଗାର ପାଇଁ ପ୍ରବର୍ତ୍ତାଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ । ଚେତା ଫେରିଲା ବେଳକୁ ପୀଡ଼ିତା ନିର୍ବସ୍ତ୍ର ଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଆଉ ସେହି ନଗ୍ନ ଭିଡିଓ ଦେଖାଇ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ, ପୀଡ଼ିତାଙ୍କୁ ବ୍ଲାକମେଲିଂ କରୁଥିଲେ ।

ଗତ ଏପ୍ରିଲ ମାସରେ ଅକ୍ଷୟ ପରିଜାଙ୍କ ନମ୍ବର ଦେଇ ପୀଡ଼ିତାଙ୍କୁ ଚାଟିଂ ପାଇଁ କହିଥିଲେ । ପରେ ଅକ୍ଷୟଙ୍କୁ ଡକାଇ ତାଙ୍କ ସହ ମିଶିବାକୁ ଯୁବତୀଙ୍କୁ ବାଧ୍ୟ କରିଥିଲା ଅର୍ଚ୍ଚନା । ଉଭୟଙ୍କ ମିଳାମିଶାକୁ ଅର୍ଚ୍ଚନା ସୁଟିଂ କରି ପରେ ବ୍ଲାକମେଲ୍ କରିଥିବା ପୀଡ଼ିତା ଏତଲାରେ ଉଲ୍ଲେଖ କରିଛନ୍ତି ।

ଅନ୍ୟପଟେ ଆଜି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ୍ ଆବେଦନର ଶୁଣାଣି ସୁରକ୍ଷା ଦୃଷ୍ଟିରୁ ଭିସିରେ ଚାଲିଛି । ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ଭିସିରେ ଥିବାବେଳେ ବେଲ ଆବେଦନର ଶୁଣାଣି ହେଉଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ ଜାମିନ୍ ଆବେଦନ କରିଛନ୍ତି ଅର୍ଚ୍ଚନା ନାଗ ।

Comments are closed.