Latest Odisha News

BREAKING NEWS

ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ହାଜର, ଜମି କିଣାର ହେବ ଖୋଳତାଡ଼

ଭୁବନେଶ୍ୱର: ଅକୁହା କଥା କହିବେ ଅର୍ଚ୍ଚନାଙ୍କ ଡ୍ରାଇଭର । ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ । ବ୍ଲାକମେଲର ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଅର୍ଚ୍ଚନା-ଜଗବନ୍ଧୁ ଓ ଖଗେଶ୍ୱର କିଣିଥିବା ଜମିର ଖୋଳତାଡ଼ କରିବ । କିଣିଥିବା ଜମିର ମୂଲ୍ୟ କେତେ ? କେତେ ଟଙ୍କାରେ କିଣିଥିଲେ ?

ଜମି କିଣିବା ବେଳେ ନଗଦ ଟଙ୍କା ଦେଇଥିଲେ ନା ଅନଲାଇନ୍ ନା ଚେକ୍‌ରେ ହୋଇଥିଲା ପେମେଣ୍ଟ । ଏସବୁର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏଥିପାଇଁ ଜମି ମାଲିକଙ୍କୁ ଇଡି ନୋଟିସ୍ କରିଥିବା ସୂଚନା ମିଳିଛି । ଅର୍ଚ୍ଚନା ଡ୍ରାଇଭର ଚନ୍ଦନଙ୍କୁ ହାଜର ପାଇଁ ନୋଟିସ୍ ପରେ ସେ ଆଜି ଇଡି ଅଫିସରେ ପହଞ୍ଚିଛନ୍ତି ।

ପ୍ରତିଦିନ ଅର୍ଚ୍ଚନା କଣ କରୁଥିଲେ ? କେଉଁ ଆଡ଼େ ଯାଉଥିଲେ ? କାହାକୁ କେଉଁଠି ଭେଟୁଥିଲେ ? ଏସବୁ କଥା ଇଡି ଅର୍ଚ୍ଚନାଙ୍କ ଡ୍ରାଇଭରକୁ ପଚାରି ପାରେ । ଖାଲି ବଡ଼ ବଡ଼ିଆ ଅର୍ଚ୍ଚନାଙ୍କ ଘରକୁ ଆସୁଥିଲେ ନା ଅର୍ଚ୍ଚନା ମଧ୍ୟ ବଡ଼ ବଡ଼ିଆଙ୍କୁ ସେମାନଙ୍କ ଅଫିସ୍, ଘର ସହ ବାହାରେ କେଉଁ ବଡ଼ ହୋଟେଲରେ ଭେଟୁଥିଲେ ? ଭେଟିବା ପରେ କିଛି ଆର୍ଥିକ କାରବାର ହେଉଥିଲା କି ? ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନଙ୍କୁ ଏସବୁ ପଚାରି ପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

Leave A Reply

Your email address will not be published.