Latest Odisha News

BREAKING NEWS

ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ, ଚାଲିଗଲା ୯ଜଣଙ୍କ ଜୀବନ

ପାକିସ୍ତାନ: ପାକିସ୍ତାନର ସିନ୍ଧ୍‌ ପ୍ରଦେଶରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣରେ ଚାଲିଗଲା ଗୋଟିଏ ପରିବାରର ୯ ଜଣଙ୍କ ଜୀବନ । ଘରବାହାରୁ ମିଳିଥିବା ରକେଟ ସେଲରେ ଖେଳୁଥିବା ସମୟରେ ଘଟିଛି ଏହି ବିସ୍ଫୋରଣ । ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଚିକିତ୍ସା ନିମନ୍ତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସର କହିବା ମୁତାବକ, ଘଟଣା ଘଟିଥିବା ସ୍ଥାନଟି ହେଉଛି ଏକ ନଦୀ ଅଞ୍ଚଳ । ନଦୀ ଅଞ୍ଚଳରେ ଲୁଚି ରହିଥିବା କୌଣସି ଅପରାଧୀ ଗ୍ୟାଙ୍ଗ୍‌ ଏଠାରେ ରକେଟ୍‌ ସେଲ୍‌ ଛାଡ଼ି ଯାଇଛନ୍ତି । ମୃତ ପିଲାମାନେ ଯେତେବେଳେ ଘର ବାହାରେ ଖେଳୁଥିଲେ ସେତେବେଳେ ସେ ଏହି ରକେଟ୍‌ ସେଲ୍‌ ଟି ପାଇଥିଲେ । ପିଲାମାନେ ଏହାକୁ ଖେଳଣା ଭାବି ଘର ଭିତରକୁ ନେଇଯାଇଥିଲେ । ଘରେ ସେଥିରେ ଖେଳିବା ସମୟରେ ଜୋର୍‌ଦାର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ୫ ପିଲାଙ୍କ ସହ ଦୁଇ ମହିଳା ଏବଂ ଦୁଇ ପୁରୁଷ ମୃତ୍ୟୁ ବରଣ କରିଛନ୍ତି । ମୃତକଙ୍କ ବ୍ୟତୀତ ପରିବାରର ଅନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣ ସମ୍ପର୍କରେ ସୂଚନା ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏହି ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି ସିନ୍ଧ୍‌ର ମୁଖ୍ୟମନ୍ତ୍ରୀ ଜଷ୍ଟିସ୍‌ ମକବୁଲ୍‌ ବକର । ଅନ୍ୟପଟେ ପ୍ରାଦେଶିକ ମହାନିରୀକ୍ଷକଙ୍କୁ ଏହି ମାମଲାର ରିପୋର୍ଟ ମାଗିବା ସହ ରକେଟ୍‌ ସେଲ୍ ଗାଁ ପର୍ଯ୍ୟନ୍ତ କିପରି ଆସିଲା, ସେ ନେଇ ପ୍ରଶ୍ନ ପଚାରିଛନ୍ତି ମୁଖ୍ୟମନ୍ତ୍ରୀ ବକର ।

Leave A Reply

Your email address will not be published.