Latest Odisha News

BREAKING NEWS

ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ, ଜାମା ମସଜିଦ ପକ୍ଷରୁ ଆୟୋଜିତ ହୋଇଛି ବିଶେଷ କାର୍ଯ୍ୟକ୍ରମ

ପାରାଦୀପ: ଆଜି ମହାପୁରୁଷ ମହମ୍ମଦଙ୍କ ୧୪୪୫ତମ ଜନ୍ମଜୟନ୍ତୀ । ମହାପୁରୁଷ ମହମ୍ମଦଙ୍କ ଜନ୍ମଜୟନ୍ତୀ ଉପଲକ୍ଷେ ପାରାଦୀପ ଜାମା ମସଜିଦ ପକ୍ଷରୁ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁସଲମାନ ଭାଇମାନେ ମସଜିଦ ପରିସରରେ ସମୂହ ପ୍ରାର୍ଥନା କରି ଏକ ଶାନ୍ତି ଶୋଭାଯାତ୍ରା କରି ମଧୁବନ କବରଖାନା ପର୍ଯ୍ୟନ୍ତ ଯାଇଥିଲେ । ଏଥିରେ ଶତାଧିକ ମୁସଲମାନ ଭାଇମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

ସୂଚନା ଅନୁସାରେ, ଶୋଭାଯାତ୍ରା ପ୍ରଥମେ ବଡପଡିଆ ଠାରୁ ଆରମ୍ଭ ହୋଇ ବ୍ୟାଙ୍କ ଛକ ଦେଇ କବରଖାନା ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ପରେ ସେହି ଶୋଭାଯାତ୍ରା ଶିବମନ୍ଦିର ଛକ ଦେଇ ବଡପଡିଆ ଜାମା ମସଜିଦ ପର୍ଯ୍ୟନ୍ତ କରାଯାଇଥିଲା । ଏହି ଜୟନ୍ତୀ ଉପଲକ୍ଷେ ଆସନ୍ତା ଅକ୍ଟୋବର ୭ ତାରିଖରେ ବଡପଡିଆ ଜାମା ମସଜିଦ ପରିସରରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଛି । ସେଦିନ ସନ୍ଧ୍ୟାରେ ପାରାଦୀପର ପ୍ରମୁଖ ବ୍ୟକ୍ତି ବିଶେଷ ଉପସ୍ଥିତ ରହିବା ପାଇଁ ସମ୍ମତି ଦେବା ସହ ଦେଶର ବିଭିନ୍ନ ରାଜ୍ୟର ପ୍ରତିଷ୍ଠିତ ତଥା ସୁନାମଧନ୍ୟ ମୌଲାନା, ଶାୟର ମାନେ ଯୋଗ ଦେବାର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ଜାମା ମସଜିଦ ସଭାପତି ଶେକ୍ ରମଜାନ, ସମ୍ପାଦକ ସୁଫି ଅହମ୍ମଦ ଓ ଅନ୍ୟ କର୍ମକର୍ତ୍ତା ମାନେ । ଏହାକୁ ସହଯୋଗ କରିଥିଲେ ଆଜାଦ ଭାରତ ମେମୋରିଆଲ ଟ୍ରଷ୍ଟର ସଦସ୍ୟ ମାନେ।

Leave A Reply

Your email address will not be published.