Latest Odisha News

BREAKING NEWS

ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ

ଯାଜପୁର: ନିର୍ବାଚନ ଡ୍ୟୁଟିରେ ଥିବା ବିଏଲଓଙ୍କ ଆକସ୍ମିକ ମୃତ୍ୟୁ । ବିଏଲଓ ମନୋରଞ୍ଜନ ସାହୁଙ୍କ ଆକସ୍ମିକ ମୃତ୍ୟୁ ହୋଇଛି । ବିଞ୍ଝାରପୁର ଓଳେଇଚନ୍ଦନପୁର ୧୫୭ନଂ ବୁଥ୍‌ରେ ଘଟିଛି ଏଭଳି ଅଘଟଣ ।

ସୁଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବିଞ୍ଝାରପୁରର ଓଳେଇଚନ୍ଦନପୁର ୧୫୭ନଂ ବୁଥରେ  ଡ୍ୟୁଟି କରୁଥିଲେ ମନୋରଞ୍ଜନ ସାହୁ । ହଠାତ୍ ତାଙ୍କ ଛାତିରେ ସେ ଯନ୍ତ୍ରଣା ଅନୁଭବ କରି  ଅଚେତ ହୋଇ ପଡ଼ିଥିଲେ । ଏହାପରେ ବିଞ୍ଝାରପୁର ମେଡିକାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର ।

ସେହିପରି  ଆଜି ସକାଳେ ଭୋଟ୍ ଦେବାକୁ ଆସିଥିବା ବେଳେ ଜଣେ ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏହି  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରିର ଈଶ୍ୱରପୁର ୧୫୯ ନଂ ବୁଥରେ । ଭୋଟ୍ ଦେବାକୁ ଆସିଥିଲେ ୭୭ ବର୍ଷୀୟ ବୃଦ୍ଧ । ହଟାତ୍ ବୁଥ ଭିତରେ ଅଚେତ୍ ହୋଇ ପଡ଼ିଯିବାରୁ  ବୃଦ୍ଧ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଓଡିଶାରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ରାଜ୍ୟର ୬ ଲୋକସଭା ସହ ୪୨ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି ।  ଲୋକସଭା ପାଇଁ ୬୬ଜଣ ପ୍ରାର୍ଥୀ ଥିବାବେଳେ ବିଧାନସଭା ପାଇଁ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି ୩୯୪ ଜଣ ପ୍ରାର୍ଥି । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ଭୋଟ୍‌ ଗ୍ରହଣ । ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ ହୋଇଛି ।

Comments are closed.