Latest Odisha News

BREAKING NEWS

ବିଡିଓ କରୋନା ସଂକ୍ରମିତ ହେବା ପରେ ବ୍ଲକ୍ ଅଫିସ୍ ବନ୍ଦ

ଭଦ୍ରକ: ବ୍ଲକ୍ ଉନ୍ନୟନ୍ ଅଧିକାରୀ (ବିଡିଓ) କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବାସୁଦେବପୁର ବ୍ଲକ୍ କାର୍ଯ୍ୟାଳୟକୁ ୨ ଦିନ ପାଇଁ ବନ୍ଦ କରାଯାଇଛି ।

ଏନେଇ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ । ପ୍ରଶାସନର ସୂଚନାନୁଯାୟୀ ସାନିଟାଇଜେସନ ପରେ ପୁଣି ଅଗଷ୍ଟ ୧୩ ତାରିଖରେ ବ୍ଲକ୍ ଅଫିସ ଖୋଲାଯିବ ।

ଉଲ୍ଲେଖଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ୩୩୧ଟି ସକ୍ରିୟ ମାମଲା ରହିଥିବା ବେଳେ ୭୩୩ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହାବ୍ୟତିତ ୪ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି ।

Leave A Reply

Your email address will not be published.