Latest Odisha News

BREAKING NEWS

ଆଉ ନାହାନ୍ତି ପ୍ରଖ୍ୟାତ କବି ରାହତ ଇନ୍ଦୋରୀ !

ମଧ୍ୟପ୍ରଦେଶ: କରୋନା ସଂକ୍ରମଣରେ ପ୍ରାଣତ୍ୟାଗ କଲେ ଜଣାଶୁଣା କବି ଓ ଗୀତିକାର ରାହତ ଇନ୍ଦୋରି । ଆଜି ତାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ସୋମବାର ତାଙ୍କ ନିକଟରେ କରୋନା ଜନିତ ଲକ୍ଷଣ ପରିଲକ୍ଷିତ ହେବା ପରେ ଇନ୍ଦୋରର ଅରୋବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୋମବାର ରାତିରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ । ତେବେ ଆଜି ଅପରାହ୍ନ ୪.୧୫ରୁ ୪.୩୦ମିନିଟ୍ ମଧ୍ୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ନିଜ ଜୀବନ କାଳରେ ସେ ଅନେକ ଉର୍ଦ୍ଧୁ କବିତା ଲେଖିଥିଲାବେଳେ ନିକଟରେ “ବୁଲାତି ହୈ ମଗର ଜାନେ କା ନହିଁ” ଭଳି ପଂକ୍ତି ଟ୍ରେଣ୍ଡ ସେଟର୍ ପାଲଟିଥିଲା । ଜାନୁଆରୀ ୧, ୧୯୭୦ରେ ଜନ୍ମିତ ଏହି ମହାନ କବି “ମୁନ୍ନା ଭାଇ ଏମ୍‌ବିବିଏସ୍” ଓ “ମର୍ଡର” ଭଳି ଫିଲ୍ମରେ ଗୀତ ଲେଖିଥିଲେ ।

Leave A Reply

Your email address will not be published.