Latest Odisha News

BREAKING NEWS

ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଉପଲକ୍ଷେ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଗୁରୁବାର ଦିନ ଯୁବ-ଛାତ୍ର ଜନତା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଯୁବ-ଛାତ୍ର ଜନତା ତରଫରୁ ଅନେକ ଜନହିତକର କାର୍ଯ୍ୟ ହାତକୁ ନିଆଯାଇଛି ।

ଯୁବ-ଛାତ୍ର ଜନତା ପକ୍ଷରୁ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀ ଠାରୁ ଏପ୍ରିଲ ୧୭ ତାରିଖ ପର୍ଯ୍ୟନ୍ତ ୨୦ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟଠାରେ ଗୁରୁବାର ଦିନ ୧୦୪ ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି । ଏହି ରକ୍ତଦାନ ଶିବିରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି ଅବସରରେ ଯୁବ ବିଜେଡ଼ି ରାଜ୍ୟ ସଭାପତି ଅମରେଶ ପତ୍ରୀ ଏବଂ ରାଜ୍ୟ ଛାତ୍ର ବିଜେଡ଼ି ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ରହି ଏହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.