Latest Odisha News

ଏହି ସ୍କୁଲରେ ଆରମ୍ଭ ହେଲା ନୂଆ ନିୟମ; ପିଲାମାନେ ଶନିବାର ସ୍କୁଲକୁ ଆଣିବେନି ବହି, ବ୍ୟାଗ୍ !

ବ୍ରହ୍ମପୁର: କୋମଳମତି ପିଲାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟ ନେଇ ଗଞ୍ଜାମ ଜିଲ୍ଲାପାଳ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପିଲାମାନେ ଶନିବାର ଦିନ ବିଦ୍ୟାଳୟରେ ‘ନୋ ସ୍କୁଲ ବ୍ୟାଗ ଡ଼େ’ ଭାବେ ପାଳନ କରିବେ । ଅର୍ଥାତ୍ ଏହିଦିନ ଛାତ୍ରଛାତ୍ରୀ ସ୍କୁଲ ବ୍ୟାଗ କିମ୍ବା ପାଠ୍ୟପୁସ୍ତକ ସ୍କୁଲକୁ ଆଣିବେ ନାହିଁ ।

ଆସନ୍ତା ମାର୍ଚ୍ଚ ୭ ତାରିଖଠାରୁ ଜିଲ୍ଲାର ସମସ୍ତ ସରକାରୀ ବିଦ୍ୟାଳୟମାନଙ୍କରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କାଲୁଙ୍ଗେ ଜିଲ୍ଲା ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ ପିଲାମାନେ ଏହିଦିନ ପାଠ୍ୟ ପୁସ୍ତକ ଅଧ୍ୟୟନ କରିବା ପରିବର୍ତ୍ତେ ଯୋଗ ଶିକ୍ଷା, ପରିବେଶ ସୁରକ୍ଷା ସଚେତନତା, ପରିମଳ ସଚେତନତା, ପ୍ଲାଷ୍ଟିକ ବସ୍ତୁ ବ୍ୟବହାର ନକରିବା, ବନୀକରଣ, ମହାପୁରଷଙ୍କୁ ନେଇ ଗଳ୍ପ କଥନ ପରି କାର୍ଯ୍ୟକ୍ରମରେ ସାମିଲ୍ ହେବେ ।

Leave A Reply

Your email address will not be published.