Latest Odisha News

BREAKING NEWS

କ୍ଲବ ଘର ପଛପଟୁ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ସ୍ଥିତ ରଙ୍ଗଣି ସାହି ୟୁଥ୍ କ୍ଲବ୍ ପଛ ପଟୁ ରକ୍ତାକ୍ତ ମୃତଦେହ ଉଦ୍ଧାର । ଜଣେ ଯୁବକଙ୍କ ମୃତଦେହ ତଣ୍ଟିକଟା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ ଯୁବକ ହେଲେ ପ୍ରଫୁଲ୍ଲ ବାରିକ (୪୮) । ତାଙ୍କ ଘର ହରିରାଜପୁରର ଗାଁରେ ବୋଲି ଜଣା ପଡିଛି । ମୃତଦେହ ଜବତ କରି ଜଟଣୀ ଥାନା ପୋଲିସର ଛାନଭିନ୍ ଆରମ୍ଭ ହୋଇଛି ।

ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ୨ଟାରେ ସମୟରେ ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ଜଟଣୀ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସେପଟେ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ୍‌ ତନାଘନା ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏପରି କାଣ୍ଡ ଭିଆଇଲା ତାହା ଜଣାପଡ଼ି ନାହିଁ ।

Comments are closed.