Latest Odisha News

BREAKING NEWS

ପାରାଦୀପରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା

ପାରାଦୀପ : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହଣାକଟା । ଉଭୟ ପକ୍ଷର ୬ ଜଣ ଆହତ ହୋଇଥିବା ବେଳେ, ୪ ଜଣ ଗୁରୁତର ଅଛନ୍ତି । ପାରାଦୀପ ଲକ୍ ଥାନା ଅଧିନ ବାଲିଡିଆ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ୪ ଜଣଙ୍କୁ ଅଠରବାଙ୍କି ଡାକ୍ତରଖାନାରୁ କଟକ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ବାଲିଡିଆ ଗ୍ରାମର ନିମାଇଁ ବେଉରାଙ୍କ ପରିବାର ଓ ହରେକୃଷ୍ଣ ଜେନାଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏହି ଘଟଣାକୁ ନେଇ ଉଭୟ ପକ୍ଷ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାତ୍ର ଆଜି ସନ୍ଧ୍ୟାରେ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ପକ୍ଷ ଦା, ଚାପଡ ଓ ରଡ଼ ଦ୍ବାରା ପରସ୍ପରକୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଉଭୟ ପକ୍ଷର ଜିତେନ୍ଦ୍ର ଜେନା, ହରେକୃଷ୍ଣ ଜେନା, ବରେନ୍ଦ୍ର ଜେନା, ଚନ୍ଦନ ବେଉରା, ପ୍ରସନ୍ନ ବେଉରା, ନିମାଇଁ ବେଉରା ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଅଠରବାଙ୍କି ଗୋଷ୍ଠୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ପ୍ରସନ୍ନ ବେଉରା, ନିମାଇଁ ବେଉରା, ହରେକୃଷ୍ଣ ଜେନା, ଜିତେନ୍ଦ୍ର ଜେନା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.