Latest Odisha News

କାଲିଠୁ ୧୬ଟି ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ବର : ଆସନ୍ତାକାଲିଠୁ ଗଡିବ ‘ମୋ ବସ୍’ । ସରକାର ଲକଡାଉନ କଟକଣାରେ ସାମାନ୍ୟ କୋହଳ କରିବା ପରେ ବସ୍ ଚଳାଚଳକୁ ଦେଇଛନ୍ତି ଅନୁମତି । ସାରା ରାଜ୍ୟରେ ଆସନ୍ତାକାଲି ଠାରୁ ବସ ଚଳାଚଳ କରୁଥିବା ବେଳେ, ୧୬ଟି ରୁଟରେ ମୋ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ । ୧୬ଟି ରୁଟରେ ୮୭ଟି ବସ ସେବା ଆରମ୍ଭ ହେବାକୁ ଥିବାବେଳେ ବସ ଗୁଡିକୁ ବିଶୋଧନ କରାଯାଇଛି ।

୧୬ଟି ରୁଟରେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ନିୟମିତ ଭାବେ ଚଳାଚଳ କରିବ ମୋ ବସ୍ । ସୋମବାର ଠାରୁ ଶୁକ୍ରବାର ଯାଏଁ ମୋ ବସ୍ ସେବା ଯୋଗାଇବ । ଯାତ୍ରୀମାନଙ୍କୁ କୋଭିଡ କଟକଣା ପାଳନ କରିବାକୁ କୁହାଯାଇଛି । ଯେତିକି ସିଟ୍ ସେହି ଅନୁସାରେ ମୋ ବସରେ ଯାତ୍ରୀ ଯାଇପାରିବେ । କରୋନା ସଂକ୍ରମଣ ପାଇଁ ବଓରେ ଛିଡା ହୋଇ ଯିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.