Latest Odisha News

BREAKING NEWS

ସବୁ ପ୍ରକାର ଫଳକୁ ପଛରେ ପକାଇଦେବ ଏହି ଫଳ, ଫାଇଦା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ଵର: ନିରୋଗ ରହିବାକୁ ହେଲେ ପ୍ରତିଦିନ ଫଳ ଖାଆନ୍ତୁ, କିନ୍ତୁ ଓଡ଼ିଶାରେ ଅଧିକାଂଶ ସୁସ୍ଥ ହେବାକୁ ଫଳ ଖାଇଥାନ୍ତି। ତେଣୁ ଆମ ଶରୀର ପାଇଁ ଫଳ କେତେ ଉପଯୁକ୍ତ ତାହା ତ ଏଇଠୁ ବୁଝିପାରୁଥିବେ।

ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ କୁହନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ଗୋଟେ ଦିନରେ ଅତି କମ୍ ରେ ୨/୩ଟି ଫଳ ଖାଇବା ଉଚିତ୍ । କିନ୍ତୁ ସାଧାରଣତଃ ଲୋକମାନେ ଫଳ ମଧ୍ୟରୁ କେବଳ ଡାଳିମ୍ବ, ସେଓ, କମଳା ଓ କଦଳୀ ଆଦିକୁ ବେଶି ଖାଇଥାଆନ୍ତି ।

ହେଲେ ବିଶେଷଜ୍ଞଙ୍କ କହିବା ଅନୁସାରେ ନୀଳ ରଙ୍ଗର ଏହି ଫଳ ସ୍ଵାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ନୀଳ ରଙ୍ଗର ଫଳ ଯାହାକୁ ଲୋକେ ବ୍ଲୁବେରି କହିଥାଆନ୍ତି । ବ୍ଲୁବେରି କେବଳ ସ୍ଵାଦରେ ନୁହେଁ ହୃଦ୍ ରୋଗଠୁ ଆରମ୍ଭ କରି କ୍ୟାନ୍ସର ଭଳି ଭୟଙ୍କର ରୋଗ ପାଇଁ ‘ରାମବାଣ’ ସଦୃଶ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବ୍ଲୁବେରିର ଫାଇଦା ସମ୍ବନ୍ଧରେ…

ବ୍ଲୁବେରିରେ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ପରିମାଣାରେ ଥାଏ । ଏଥିରେ ଥିବା ଆଣ୍ଥୋସାୟାନିନ ପରି ଫ୍ଲାଭୋନାଏଡ ଶରୀରରେ କ୍ଷତିକାରକ ମୁକ୍ତ ରେଡିକାଲକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଏହି ଆଣ୍ଟିଅକ୍ସିଡାଣ୍ଟ କୋଷଗୁଡ଼ିକୁ ଅକ୍ସିଡେଟିଭ୍ ଚାପରୁ ରକ୍ଷା କରିଥାଏ ଏବଂ କର୍କଟ, ହୃଦରୋଗ ପରି ରୋଗର ଆଶଙ୍କା ହ୍ରାସ କରିଥାଏ । ବ୍ଲୁବେରିରେ ଭିଟାମିନ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଭରପୂରମାତ୍ରାର ରହିଥାଏ । ତେଣୁ ଏହାକୁ ଖାଇଲେ ଏନର୍ଜି ଲେବଲ ବଢିଥାଏ । ଏହାସହିତ ରକ୍ତ ସଞ୍ଚାଳନ ମଧ୍ୟ ଭଲରେ ହୋଇଥାଏ । ବ୍ଲୁବେରି ଡାଏଟାରୀ ଫାଇବରର ଏକ ଉତ୍ତମ ଉତ୍ସ, ଯାହା କୋଷ୍ଠକାଠିନ୍ୟକୁ ରୋକିବା ସହ ଖାଦ୍ୟକୁ ସହଜରେ ହଜମ କରିବାରେ ସାହାର୍ଯ୍ୟ କରିଥାଏ। ଏହା ବ୍ୟତୀତ ପେଟ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ ବ୍ଲୁବେରି ।  ଏହା ରକ୍ତରେ ଥିବା ସୁଗର ଲେବଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ଏକ ଅଧ୍ୟୟନ ଅନୁଯାୟୀ, ବ୍ଲୁବେରି ଖାଇବା ଦ୍ୱାରା ଟାଇପ୍-୨ ମଧୁମେହ ହେବାର ଆଶଙ୍କା ମଧ୍ୟ କମିଯାଇଥାଏ ।

Leave A Reply

Your email address will not be published.