Latest Odisha News

BREAKING NEWS

ଭୁବନେଶ୍ବରରେ ପୁଣି ୧୭ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଓ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ବର : ରାଜ୍ୟରେ କାୟା ମେଲାଇ ଚାଲିଛି ମହାମାରୀ କରୋନା । ପ୍ରତିଦିନ ଆକ୍ରାନ୍ତ ବଢୁଥିବା ବେଳେ, ହଟସ୍ପଟ ପାଲଟିଛି ଖୋର୍ଦ୍ଧା ଜିଲ୍ଲା । ପ୍ରତିଦିନ ରାଜଧାନୀ ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା ବଢୁଥିବା ବେଳେ, ପଦକ୍ଷେପ ନେବାରେ ଲାଗିଛି ବିଏମସି । ସଂକ୍ରମଣକୁ ରୋକିବା ପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଲାଗୁ ହୋଇଛି କଣ୍ଟେନମେଣ୍ଟ କଟକଣା ।

ଆଜି ଭୁବନେଶ୍ବରରେ ପୁଣି ୧୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଦକ୍ଷିଣ-ପଶ୍ଚିମ ଜୋନ୍‌ରେ ୪ଟି ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଘୋଷଣା ହୋଇଛି । ସେହିପରି ଦକ୍ଷିଣ-ପୂର୍ବ ଜୋନ୍‌ରେ ୬ଟି ନୂଆ କଣ୍ଟେନ୍‌ମେଣ୍ଟ ଏବଂ ନର୍ଥ ଜୋନ୍‌ରେ ୭ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି ବିଏମସି । ସେହିଭଳି ଦକ୍ଷିଣ-ପୂର୍ବ ଜୋନ୍‌ରେ ୫ଟି କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ପ୍ରତ୍ୟାହାର କରାଯାଇଛି । ଫଳରେ ଦକ୍ଷିଣ-ପୂର୍ବ ଜୋନ୍‌ରେ ବର୍ତ୍ତମାନ ୩୬ଟି ସ୍ଥାନରେ କଣ୍ଟେନ୍‌ମେଣ୍ଟ ବଳବତ୍ତର ରହିଛି ।

 

Comments are closed, but trackbacks and pingbacks are open.