Latest Odisha News

BREAKING NEWS

ରାଜ୍ୟରେ ଆଜି ଆକ୍ରାନ୍ତ ତୁଳନାରେ ସୁସ୍ଥ ସଂଖ୍ୟା ଅଧିକ

ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ ହଜାର ୧୭୫ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬୫୩ ଜଣ ସୁସ୍ଥ ହୋଇଛନ୍ତି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୬୩ହଜାର ୩୯୬ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୩୦ ଜଣ, କଟକରୁ ୭୫୨, ଜଗତସିଂହପୁରରୁ ୩୨୫, ବାଲେଶ୍ୱରରୁ ୩୦୨, କୋରାପୁଟରୁ ୨୯୬, ମୟୂରଭଂଜରୁ ୨୯୫, କେନ୍ଦୁଝରରୁ ୨୮୨, ଯାଜପୁରରୁ ୨୭୫ ଓ ବଲାଙ୍ଗୀରରୁ ୨୩୧, ନୟାଗଡ଼ରୁ ୨୩୦, ରାୟଗଡ଼ାରୁ ୨୨୭, ସମ୍ବଲପୁରରୁ ୨୦୬, ସୁବର୍ଣ୍ଣପୁରରୁ ୧୯୪, କଳାହାଣ୍ଡିରୁ ୧୬୭, ପୁରୀରୁ ୧୫୭, ନବରଂଗପୁରରୁ ୧୫୬, ଝାରସୁଗୁଡ଼ାରୁ ୧୪୩, ଗଜପତିରୁ ୧୪୦, ଭଦ୍ରକରୁ ୧୨୯, ଢେଙ୍କାନାଳ ୧୨୬, ବୌଦ୍ଧରୁ ୧୨୩, ଅନୁଗୁଳ ୧୧୪, ନୂଆପଡ଼ାରୁ ୯୩, କେନ୍ଦ୍ରାପଡ଼ାରୁ ୯୨, ଦେବଗଡ଼ରୁ ୮୬, କନ୍ଧମାଳରୁ ୭୬, ଗଂଜାମରୁ ୬୯, ମାଲକାନଗିରିରୁ ୬୩ ଓ ରାଜ୍ୟପୁଲରୁ ୮୫୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Comments are closed, but trackbacks and pingbacks are open.