Latest Odisha News

BREAKING NEWS

ବିଏମସି ଆକ୍ରମଣ ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ନବୀନ

ଭୁବନେଶ୍ବର: ବିଏମସିରେ ଜନ ଶୁଣାଣି ବେଳେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ । ଏହି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାର ଭିଡିଓ ଦେଖି ମର୍ମାହତ ହୋଇଥିବା ସେ  କହିଛନ୍ତି। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ ନବୀନ ।

ଅଭିଯୁକ୍ତଙ୍କ ପଛରେ ଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସେ। ଆକ୍ରମଣ ପଛରେ ଥିବା ରାଜନେତାଙ୍କ ଉପରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ଦାବି କରିଛନ୍ତି ।

ନବୀନ କହିଛନ୍ତି, “ଅଧିକାରୀଙ୍କ ଏଫଆଇଆର’ରେ ନାମିତ ବ୍ୟକ୍ତିମାନେ ଅପରାଧୀ ପରି ଆଚରଣ କରିଛନ୍ତି। ଯଦି ଜଣେ ବରିଷ୍ଠ ଅଧିକାରୀ ନିଜ ଅଫିସରେ ସୁରକ୍ଷିତ ନାହାନ୍ତି, ତେବେ ସାଧାରଣ ନାଗରିକମାନେ ସରକାରଙ୍କଠାରୁ କେଉଁ ଆଇନଶୃଙ୍ଖଳା ଆଶା କରିବେ?”

ସୂଚନାଥାଉକି, ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମୀ ମହାପାତ୍ର ଏବଂ ଦେବାଶିଷ ପ୍ରଧାନଙ୍କୁ ବାନ୍ଧିଲା ପୋଲିସ । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ସଙ୍ଗୀନ ଦଫା BNS ଧାରା ୩୩୩, ୧୩୨, ୧୨୧(୧), ୧୨୧(୨), ୧୦୯, ୩୫୧(୨),୬୨, ୧୪୦(୨), ୩୦୪, ୫୪, ୬୧(୨), ୧୮୯(୨), ୧୯୦, ୩(୫) ।

Comments are closed.