Latest Odisha News

ଖୁବ ଶୀଘ୍ର ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ କୁକୁରଙ୍କ ପାଇଁ ହେବ ଶ୍ମଶାନ । ଆଉ ରାସ୍ତା କଡରେ ପଡିବନି କୁକୁରଙ୍କ ମୃତଦେହ । କୁକୁରଙ୍କ ପାଇଁ ମଶାଣି ତିଆରି କରିବ ଭୁବନେଶ୍ୱର ମହାନଗର ନିଗମ । ଏଥିପାଇଁ ଜାଗା ଚିହ୍ନଟ ହୋଇ ସାରିଛି । ଖୁବ ଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର  ।

ବିଏମସି ଅଫିସରେ ଏକ ବୈଠକ ଆୟୋଜିତ ହୋଇଥିଲା । ଏଥିରେ  କୁକୁର ପାଇଁ ଶ୍ମଶାନ ତିଆରି ନିଷ୍ପତ୍ତି ନିଆ ଯାଇଥିଲା  ।  ଏଥିପାଇଁ ବିଏମସିର ୩ଟି ଜୋନରେ ତିନୋଟି ଗାଡି ବୁଲି ମୃତ ଦେହକୁ ଆଣିବ । ସୂଚନା ଥାଉ କି, କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟରେ ବିଚାରାଧୀନ ରହିଛି । କୋର୍ଟ ନିଷ୍ପତ୍ତି ଆସିଲେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ରାସ୍ତାରେ ଗାଈ ଗୋରୁ ବୁଲିଲେ ମଧ୍ୟ ବଏମସି ଉଠାଇ ଆଣିବ । ଏହି ନିୟମ ଆସନ୍ତା ଜାନୁଆରୀ ୭ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଛି ।

Comments are closed.