ମୁମ୍ବାଇ: କିମ୍ବଦନ୍ତୀ ଗାୟିକା ଆଶା ଭୋସ୍ଲେଙ୍କ ପରଲୋକ। ପରଲୋକ ନେଇ ସୂଚନା ଦେଲେ ପୁଅ ଆନନ୍ଦ ଭୋସ୍ଲେ। ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ୯୨ ବର୍ଷ ବୟସରେ ଆଖି ବୁଝିଲେ ଆଶା ଭୋସ୍ଲେ। ତାଙ୍କ ପରଲୋକ ଭାରତୀୟ ସଙ୍ଗୀତରେ ଏକ ଯୁଗର ଅନ୍ତ ଘଟାଇଛି, ଯାହା ଏକ ଅତୁଳନୀୟ ଐତିହ୍ୟ ଛାଡିଯାଇଛି। ସେ ୨୦ରୁ ଊର୍ଦ୍ଧ୍ବ ଭାଷାରେ କଣ୍ଠଦାନ କରିଥିଲେ। ସେହିପରି ୧୨ ହଜାରରୁ ଊର୍ଦ୍ଧ୍ବ ଗୀତରେ କଣ୍ଠଦାନ କରିଥିଲେ। ଦାଦା ସାହେବ ଫାଲ୍କେ, ପଦ୍ମ ବିଭୂଷଣ ଉପାଧିରେ ଭୂଷିତ ହୋଇଥିଲେ।
ପ୍ରାୟ ୭ ଦଶନ୍ଧିରୁ ସେ ତାଙ୍କ ସୁମଧୁର ଏବଂ ମନମୁଗ୍ଧକର ଗୀତ ମାଧ୍ୟମରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ତାଙ୍କ ଗୀତକୁ ଦେଶ ଏବଂ ବିଦେଶରେ ମଧ୍ୟ ଲୋକ ଭଲ ପାଆନ୍ତି। ଗତକାଲି ଛାତିରେ ସଂକ୍ରମଣ ଯୋଗୁଁ ତାଙ୍କୁ ହଠାତ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ଆସନ୍ତାକାଲି ଅପରାହ୍ନ ୪ଟାରେ ଶିବାଜୀ ପାର୍କରେ ତାଙ୍କର ଶେଷକୃତ୍ୟ ହେବ।
ଆଶା ଭୋଁସଲେ ୧୯୪୮ ମସିହାରେ “ସାୱନ୍ ଆୟା” ଗୀତ ସହିତ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ। ଯାହା ଏକ ବଡ଼ ହିଟ୍ ହୋଇଥିଲା। ସେ ଆଜି ପର୍ଯ୍ୟନ୍ତ ପ୍ରାୟ ୧୬ ହଜାର ଗୀତ ଗାଇଛନ୍ତି। ହିନ୍ଦୀ ବ୍ୟତୀତ, ସେ ମରାଠୀ, ବଙ୍ଗଳା, ତାମିଲ ଏବଂ ରୁଷିଆନ୍ ସମେତ ଅନେକ ଭାଷାରେ ନିଜର କଣ୍ଠସ୍ୱର ଦେଇଛନ୍ତି। ପୂର୍ବରୁ, ତାଙ୍କ ସୁମଧୁର କଣ୍ଠସ୍ୱର ବିନା ଚଳଚ୍ଚିତ୍ର ଗୁଡ଼ିକୁ ଅପୂର୍ଣ୍ଣ ବୋଲି ବିବେଚନା କରାଯାଉଥିଲା।
Comments are closed.