Latest Odisha News

BREAKING NEWS

ହୋଟେଲ୍ ଇଡେନ୍ ଆରଓସିରେ ତାଲା ଠୁଙ୍କିଲା ବିଏମସି

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିଥିବା ବେଳେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଉଛି ବିଏମସି । ବିଶେଷକରି ରାସ୍ତାଘାଟରେ ଅଳିଆ ଆବର୍ଜନା ନ ଫିଙ୍ଗିବା ଓ ଡଷ୍ଟବିନ୍ ବ୍ୟବହାର ଉପରେ ଧ୍ୟାନ ଦିଆଯାଉଛି । କିନ୍ତୁ ଭୁବନେଶ୍ୱରର କିଛି ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଣ୍ଟ କିଛି ମାନୁ ନାହାଁନ୍ତି । ହୋଟେଲରୁ ବାହାରୁ ଥିବା ବର୍ଜ୍ୟକୁ ରାସ୍ତା ଉପରେ ଫୋପାଡ଼ି ଦେଉଛନ୍ତି ।

ଆଜି ପୁରୁଣା ଷ୍ଟେସନ ବଜାର ଅଞ୍ଚଳରେ ଯାଞ୍ଚ ବେଳେ ଖରାପ ପରିବେଶ ଲାଗି ବିଏମସି ହୋଟେଲ୍ ଇଡେନ୍ ଆରଓସିକୁ ବନ୍ଦ କରିଛି । ବିଏମସି ଟ୍ୱିଟ୍ କରି ଦେଇଥିବା ସୂଚନା ଅନୁସାରେ, ହୋଟେଲ୍ ଇଡେନ୍ ଆରଓସି ନିୟମିତ ଭାବେ ବର୍ଜ୍ୟ ଆବର୍ଜନାକୁ ରାସ୍ତା ଉପରେ ଫିଙ୍ଗି ଦେଉଥିଲା ।

ବିଏମସି ହୋଟେଲ୍ ଇଡେନ୍ ଆରଓସିକୁ ବନ୍ଦ କରିଛି । ଏଥିସହ ବର୍ଜ୍ୟ ପରିଚାଳନାରେ ହୋଟେଲ କର୍ତ୍ତୃପକ୍ଷ ସୁଧାର ଆଣିଲେ ହିଁ ଖୋଲିବାକୁ ଅନୁମତି ଦିଆଯିବ ବୋଲି ଟ୍ୱିଟ୍ କରିଛି । ତେବେ ବିଏମସି ପକ୍ଷରୁ ହୋଟେଲ୍ ଇଡେନ୍ ଆରଓସିକୁ ବନ୍ଦ କରି ଦିଆଯାଇଥିବା ବେଳେ ହୋଟେଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

Leave A Reply

Your email address will not be published.