ଭୁବନେଶ୍ୱର: ଭୁବନେଶ୍ୱର ମହାନଗରମ ନିଗମ ଅଞ୍ଚଳରେ ୧ ହଜାର ୮୨୮ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱର ବସ୍ତି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୨୦୧ କରୋନା ଆକ୍ରାନ୍ତ । କିନ୍ତୁ ଅଣବସ୍ତି ଅଞ୍ଚଳରେ ଏହି ସଂଖ୍ୟା ୬୫୭ ।
କରୋନା ମୁକାବିଲା ନେଇ ଭୁବନେଶ୍ୱରରେ ବର୍ତ୍ତମାନ ଫୋକସରେ ରହିଛି ବସ୍ତି । ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ପ୍ରତି ବସ୍ତିରେ କରାଯାଇଛି ବସ୍ତି କମିଟି । ସମସ୍ତେ ସଜାଗ ରହିଛନ୍ତି । ଡୋର୍ ଟୁ ଡୋର୍ ସର୍ଭେ କରାଯାଉଛି । ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି ।
ଭୁବନେଶ୍ୱର ମହିଷାଖାଲରୁ ବହୁ ଭୂତାଣୁ ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । ସେଠାରେ କ୍ୟାମ୍ପ କରି ନମୁନା ପରୀକ୍ଷା କରିବାରୁ ୪୫ ପଜିଟିଭ୍ ବାହାରିଛନ୍ତି । ଆଜି ସୁଦ୍ଧା ଭୁବନେଶ୍ୱରର ୪ଟି ବସ୍ତି କଣ୍ଟେନମେଣ୍ଟ ଜୋନରେ ରହିଥିବା ବିଏମସି କମିଶନର ସୂଚନା ଦେଇଛନ୍ତି ।
Comments are closed.