Latest Odisha News

BREAKING NEWS

ରାଜଧାନୀ ରାସ୍ତାରେ ପୋଷା କୁକୁରଙ୍କୁ ମଳତ୍ୟାଗ ମନା: ନ ମାନିଲେ ମାଲିକ ଗଣିବେ ୧୦ ହଜାର ତଣ୍ଡ

ଭୁବନେଶ୍ୱର:ପୋଷା କୁକୁର ମାଲିକଙ୍କ ଲାଗି କଠୋର ନିୟମ ଆଣିବ ବିଏମସି । ପୋଷା କୁକୁରଙ୍କୁ ଆଉ ରାସ୍ତାକଡରେ ମଳ ତ୍ୟାଗ କରାଇପାରିବେ ନାହିଁ । ଯଦି କରାଇବେ ତେବେ ୧୦ ହଜାର ଟଙ୍କା ଗଣିବାକୁ ପ୍ରସ୍ତୁତ ହୋଇଯାନ୍ତୁ । ପୋଷା କୁକୁରଙ୍କ ଲାଗି ବିଏମସିର ମାର୍ଗଦର୍ଶିକା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ଏ ସମ୍ପର୍କରେ ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଗଠିତ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ୫୩ଟି ଆପତ୍ତି ଓ ପରାମର୍ଶ ଉପରେ ସୀମକ୍ଷା କରାଯାଇଥିଲା । ଶେଷରେ ୨ଟି ନିୟମକୁ ବଦଳା ଯାଉଥିବା ଜଣାଯାଇଛି  ।

ବୈଠକରୁ ମିଳିଥିବା ସୂଚନାନୁସାରେ,  ପ୍ରଥମତଃ କୁକୁରଙ୍କ ଇନ୍ସ୍ୟୁରାନ୍ସ ବ୍ୟବସ୍ଥା କରିବାକୁ ସ୍ଥିର କରାଯାଉଛି  । ମାଲିକ ଚାହିଁଲେ ୨ରୁ ଅଧିକ କୁକୁର ରଖିପାରିବେ । ତେବେ କୁକୁରଙ୍କ ଝାଡା ଫେରିବା ଉପରେ କଟକଣା ଜାରି କରାଯାଇଛି । ଏଣିକି ରାଜଧାନୀ ରାସ୍ତାକଡରେ ଝାଡା ଫେରିପାରିବେନି ପୋଷା କୁକୁର । ଯଦି ଏପରି କରୁଥିବା ନଜର ଆସନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସେତିକି ନୁହେଁ, କୁକୁର ପୋଷିଥିବା ବ୍ୟକ୍ତିମାନେ କିପରି ପଞ୍ଜୀକରଣ କରିବେ, ସେମାନଙ୍କ ରହିବା ସ୍ଥାନ, ବ୍ୟବସ୍ଥା, ସ୍ୱାସ୍ଥ୍ୟରକ୍ଷା, କୁକୁର ମରିଯିବା ପରେ ମୃତ ଶରୀରକୁ ଫିଙ୍ଗି ନ ଦେଇ ନିୟମ ଅନୁଯାୟୀ ପୋତିବା, କୁକୁରକୁ ରୋଗ ହେଲେ କିମ୍ବା ବୟସ୍କ ହେଲେ ତାକୁ ବାହାରକୁ ନ ଛାଡିବା ପାଇଁ ବିଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି ।

ପୋଷା କୁକୁର ମାଲିକମାନେ ଏହିସବୁ ନିୟମକୁ ମାନିବାକୁ ବାଧ୍ୟ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ନ ମାନିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ନଚେତ ୧୦ ଜହାର ଟଙ୍କା ପର୍ଯ୍ୟନ୍ତ ଜରିମାନା ବି ହୋଇପାରେ । ସୂଚନାଥାଉ କି, କୁକୁରର ପଞ୍ଜୀକରଣ ଫି ୫୦୦ ଟଙ୍କା ରଖାଯାଇଛି ।

ବୈଠକରେ ମେୟର ଶ୍ରୀମତୀ ଦାସ କହିଥିଲେ, ଭୁବନେଶ୍ୱରରେ ଦିନକୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଭିନ୍ନ ସମସ୍ୟା ବି ଦେଖାଯାଉଛି । ତେଣୁ ଏହାର ସମାଧାନ ପାଇଁ ବିଏମସି ପକ୍ଷରୁ ଏପରି କାର୍ଯ୍ର୍ୟକ୍ରମ ହାତକୁ ନିଆଯାଇଛି ।ତେଣୁ ଏହି ନିୟମକୁ ମାନିବା ପାଇଁ ଆବେଦନ କରାଯାଇଛି ।

Leave A Reply

Your email address will not be published.