Latest Odisha News

BREAKING NEWS

ସୁନ୍ଦରଗଡ଼ରେ ଜଣ୍ଡିସ ଆତଙ୍କ; ୪୦ରୁ ଅଧିକ ରୋଗୀ ଚିହ୍ନଟ ପରେ ନମୁନା ସଂଗ୍ରହ ଆରମ୍ଭ

ସୁନ୍ଦରଗଡ଼; ସୁନ୍ଦରଗଡ଼ରେ ବ୍ୟାପିଲାଣି ଜଣ୍ଡିସ୍। ଜିଲ୍ଲାର କୋଇଡ଼ା ଓ ଲହୁଣିପଡ଼ା ବ୍ଲକ୍‌ରେ ଜଣ୍ଡିସ ଆତଙ୍କ ଦେଖା ଦେଇଛି। ଲହୁଣିପଡ଼ା ବ୍ଲକ୍‌ର ଟେନ୍‌ସାରେ ୫୦ ରକ୍ତ ନମୁନାରୁ ୩୨ ଜଣ୍ଡିସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବରସୁଆଁ ଟାଉନସିପ୍‌ରେ ୨୨ ରକ୍ତ ନମୁନାରୁ ୪ ପିଲାଙ୍କ ଜଣ୍ଡିସ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ୧୮ ଜଣଙ୍କର ଜଣ୍ଡିସ୍‌ର ଲକ୍ଷଣ ରହିଛି। କୋଇଡ଼ା ବ୍ଲକ୍‌ର ଗୋପପୁର ସାହିରେ ଅନେକ ଲୋକଙ୍କ ଠାର ଜଣ୍ଡିସ ଲକ୍ଷଣ ଦେଖାଯାଉଛି। ଏହି ଅସବୁ ଅଞ୍ଚଳରେ ବୟସ୍କଙ୍କ ଅପେକ୍ଷା ଛୋଟ ପିଲାମାନେ ବେଶି  ଆକ୍ରାନ୍ତ ହେଉଛନ୍ତି।

ବରସୁଆଁ ଆଖପାଖ ଅଞ୍ଚଳ ଯଥା- ଶଶ୍ୟକଳା, ରାଇକେଳାରେ ପ୍ରାୟ ଅଧିକାଂଶ ଲୋକଙ୍କ ଠାରେ ଜଣ୍ଡିସ ଲକ୍ଷଣ ରହିଛି। ଗତ କିଛିଦିନ ହେଲା ଏହି ଆରିଆରେ ଲୋକଙ୍କୁ ଜ୍ୱର ହେବା ସହ ବାନ୍ତି ହେଉଛି। ପ୍ରଦୂଷିତ ନଦୀ ଓ ନାଳ ପାଣି ବ୍ୟବବାହର କରୁଥିବାରୁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ସେଲ୍‌ ଟାଉନସିପ୍‌କୁ ଯୋଗାଣ ହେଉଥିବା ପାନୀୟ ଜଳ ବ୍ୟବହାର ଦ୍ୱାରା ବି ଜଣ୍ଡିସ୍‌ ହେଉଥିବା ସ୍ୱାସ୍ଥ୍ୟ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସୁନ୍ଦରଗଡ଼ ଜିଲ୍ଲାରେ ଜଣ୍ଡିଦ ସଂକ୍ରମିତ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜକାନ୍ତି ମିଶ୍ର। ଲହୁଣିପଡ଼ା ଓ କୋଇଡ଼ା ଦୁଇଟି ବ୍ଲକ୍‌ରୁ ଜଣ୍ଡିସ୍‌ ପଜିଟିଭ୍‌ ମାମଲା ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଛି। ଘର ଘର ବୁଲି ରକ୍ତ ନମୁନା ସଂଗ୍ରହ କରିବା ସହ ଘଟଣା ସମ୍ପର୍କରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ବୋଲି ସରୋଜକାନ୍ତି ମିଶ୍ର କହିଛନ୍ତି।

Leave A Reply

Your email address will not be published.