Latest Odisha News

BREAKING NEWS

ହୋମ୍ ଆଇସୋଲେସନ୍ ଲାଗି ବିଏମସିର ଏସଓପି ଜାରି

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ରୋଗୀଙ୍କ ହୋମ୍ ଆଇସୋଲେସନ୍ ଲାଗି ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର (ଏସଓପି)ଜାରି କରାଯାଇଛି ।

ସୂଚନାନୁଯାୟୀ ଆଇସୋଲେସନରେ ରହି ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ଲାଗି ୨୪ ଘଣ୍ଟିଆ ପରାମର୍ଶ ଦେବା ପାଇଁ ଦୁଇଟି ଫୋନ୍ ନଂ- ୧୮୦୦୩୪୫୦୦୬୧/୦୬୭୪-୨୪୩୧୨୫୩ ଜାରି କରାଯାଇଛି ।

ଏହି ନଂରେ ଫୋନ୍ କରୁଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେବା ପାଇଁ ବିଏମସି କୋଭିଡ କଣ୍ଟ୍ରୋଲ୍ ରୁମରେ ଆୟୁଷ ଡାକ୍ତର ଓ ସେମାନଙ୍କ ସହାୟକ ବରିଷ୍ଠ ଡାକ୍ତର ନିୟୋଜିତ ରହିବେ ।

ଏହାବ୍ୟତିତ କରୋନା ଆକ୍ରାନ୍ତଙ୍କୁ କେଉଁ ହସ୍ପିଟାଲକୁ ଅଥବା କି ସେବା ପ୍ରଦାନ କରାଯିବ ସେନେଇ ତାଙ୍କ ପରିବାର ସହ କଥାବାର୍ତ୍ତା କରି ସ୍ଥାନାନ୍ତର ଦାୟିତ୍ୱରେ ଥିବା ଡାକ୍ତର ଓ ହସ୍ପିଟାଲ୍ କିମ୍ବା ଆମ୍ବୁଲାନ୍ସ ଦାୟିତ୍ୱରେ ଥିବା ନୋଡାଲ୍ ଅଫିସରଙ୍କୁ ଜଣାଇବେ । ଯାହା ଫଳରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉପଯୁକ୍ତ ସେବା ଯୋଗାଇ ଦିଆଯାଇପାରିବ ।

ଆହୁରି ମଧ୍ୟ ୨୪ ଘଣ୍ଟିଆ ସେବା ପ୍ରଦାନ ପାଇଁ ୩ଟି ଆମ୍ବୁଲାନ୍ସ ରହିଥିବା ବେଳେ ଗୋଟିଏ ଆମ୍ବୁଲାନ୍ସ ପ୍ରତି ଜୋନାଲ୍ ଡେପୁଟି କମିଶନର ଅଧିନରେ ରହିବ । ଯାହା ହୋମ୍ ଆଇସୋଲେସନ୍ ବ୍ୟକ୍ତିଙ୍କୁ ସ୍ଥାନାନ୍ତରିତ ପାଇଁ ବ୍ୟହାର ହେବ ।

ଏପରିକି ଯଦି କେହି ଅନୁରୋଧ କରିବେ ତାହେଲେ ପେଡ୍ ଆଇସୋଲେସନ୍ ବ୍ୟକ୍ତିଙ୍କୁ ମଧ୍ୟ ସେବା ପ୍ରଦାନ କରାଯାଇପାରିବ ।

Leave A Reply

Your email address will not be published.