Latest Odisha News

BREAKING NEWS

ଆଜି ପ୍ରକାଶ ପାଇବ ଯୁକ୍ତ ୨ କଳା ରେଜଲ୍ଟ

ଭୁବନେଶ୍ୱର: ସେପ୍ଟେମ୍ବର ୫ ତାରିଖ ଦିନ ତଥା ଆଜି ଅପରାହ୍ନରେ ଯୁକ୍ତ ୨ କଳା ବିଷୟର ରେଜଲ୍ଟ ପ୍ରକାଶ ପାଇବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ପ୍ରଦାନ କରିଛନ୍ତି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) କାର୍ଯ୍ୟାଳୟରେ ମନ୍ତ୍ରୀ ଉଭୟ କଳା ଓ ଧନ୍ଦାମୂଳକ ବିଷୟର ପରୀକ୍ଷା ଫଳ ଉନ୍ମୋଚନ କରିବେ ।

ପରୀକ୍ଷାର୍ଥୀମାନେ www.orissaresults.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ ।

ତେବେ ଚଳିତ ବର୍ଷ କଳା ବିଭାଗରେ ପାଖାପାଖି ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୮ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।

Leave A Reply

Your email address will not be published.