Latest Odisha News

BREAKING NEWS

କରୋନା ସଂକ୍ରମଣ ନେଇ ହସ୍ପିଟାଲ, ହୋଟେଲ ଓ ପାର୍କ ପାଇଁ ଏସ୍‌ଓପି ଜାରି କଲା ବିଏମ୍‌ସି

ଭୁବନେଶ୍ୱର: ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଏମସି ପକ୍ଷରୁ ସହରର ସମସ୍ତ ହସ୍ପିଟାଲ, ହୋଟେଲ ଏବଂ ପାର୍କଗୁଡିକ ପାଇଁ ସ୍ୱତନ୍ତ୍ର
ନିର୍ଦ୍ଦେଶାବଳୀ (ଏସ୍‌ଓପି) ଜାରି କରାଯାଇଛି ।

ଗତ ରବିବାର ବିଏମସି ସମ୍ମିଳନୀ କକ୍ଷରେ ରାଜଧାନୀର ସମସ୍ତ ଘରୋଇ ହସ୍ପିଟାଲ, ହୋଟେଲ ଓ କୋଚିଂ ସେଣ୍ଟର ମାଲିକମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜଧାନୀର ସମସ୍ତ ହୋଟେଲରେ ପର୍ଯ୍ୟାପ୍ତ ହ୍ୟାଣ୍ଡୱାସ୍ ମହଜୁଦ ରଖିବା ସହିତ କମ ସଂଖ୍ୟକ ଅତିଥିଙ୍କୁ ହୋଟଲେରେ ରଖିବା ପାଇଁ ପରାମର୍ଶ ଦିଆଯାଇଛି ।

ବିଦେଶରୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କ ମୋବାଇଲ ନମ୍ବର ଓ ଟ୍ରାଭେଲ ତଥ୍ୟ ସମ୍ପର୍କରେ ଜଣାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଯେ କୌଣସି ଉତ୍ସବ ସମୟରେ
ବିଏମସି ପକ୍ଷରୁ ସାମାଜିକ ଦୂରତା ରଖିବାକୁ ମାଇକ ମାଧ୍ୟମରେ ପ୍ରଚାର କରାଯିବ ।

ସେହିଭଳି ପାର୍କଗୁଡିକରେ ଲୋକମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ନେଇ ସଚେତନ କରାଯିବ । ଏଥିସହ ଆସନ୍ତାକାଲିଠାରୁ ସମସ୍ତ ପାର୍କରେ ରହିଥିବା ମୁକ୍ତାକାଶ ଜିମ୍ ବନ୍ଦ କରିଦିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ବିଏମସି କଲ୍ୟାଣ ମଣ୍ଡପରେ ଆଗକୁ ବୁକିଂ ନ ରଖିବା ପାଇଁ ନିଷ୍ପତ୍ତି ନିଆଯିବା ସହ ଘରୋଇ ମଣ୍ଡପକୁ ବୁକିଂ ରଖିଲେ ଏସଓପି କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିଭଳି ଯେ କୌଣସି ହସ୍ପିଟାଲରେ କୌଣସି କରୋନା ଭୂତାଣୁ ସଂକ୍ରମଣ ସନ୍ଦିଗ୍ଧ ଚିହ୍ନଟ ହେଲେ ତୁରନ୍ତ ଜନସ୍ୱାର୍ଥ ନିର୍ଦ୍ଦେଶକ ଓ ବିଏମ୍‌ସିକୁ ଜଣାଇବା ପାଇଁ ସମସ୍ତ
ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.