Latest Odisha News

BREAKING NEWS

କରୋନା ସଂକ୍ରମଣ ବିପଦ: ଆଜିଠୁ ଭୁବନେଶ୍ୱର-କଟକ ଟ୍ୱିନସିଟିରେ ସପିଂ ମଲ ବନ୍ଦ

ଭୁବନେଶ୍ୱର: ଆଜିଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଟ୍ୱିନସିଟି ଭୁବନେଶ୍ୱର ଏବଂ କଟକ ସହରର ସମସ୍ତ ସପିଂ ମଲକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛି କମିଶନରେଟ୍ ପୋଲିସ ।

ଓଡିଶା ଅର୍ବାନ ପୋଲିସ ଆକ୍ଟର ଧାରା ୩୫ ଅନୁଯାୟୀ ପୋଲିସ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି କରାଯାଇଛି ।

କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ବିପଦ ଦୃଷ୍ଟିରୁ ଅଧିକ ଜନ ସମାଗମ ହେଉଥି୍‌ବା ସପିଂ ମଲ ଭଳି ସ୍ଥାନରେ ଅଧିକ ଲୋକ ଏକାଠି ନ ହେବା ପାଇଁ ଏହି ନିର୍ଦ୍ଦେଶ ଜାରି
କରାଯାଇଛି ।

ସୂଚନାଯୋଗ୍ୟ ଯେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସହରର ମଲଗୁଡିକ ପାଇଁ ସ୍ୱତନ୍ତ୍ର ଏସଓପି ଜାରି କରାଯାଇଛି ।

Leave A Reply

Your email address will not be published.