ଭୁବନେଶ୍ୱର: ପୋଷ କୁକୁରକୁ ନେଇ କଟକଣା ଜାରିକଲା ବିଏମସି । ଏଣିକି ପୋଷା କୁକୁର ରଖିଲେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ । ଖାଲି ପଞ୍ଜୀକରଣ ନୁହେଁ, ନବୀକରଣ ବି କରିବାକୁ ପଡିବ । ବିଏମସି ପକ୍ଷରୁ ଲାଗୁ କରାଯାଇଥିବା ଆଇନ ମାନିବାକୁ ପଡିବ । ନ ମାନିଲେ ମାଲିକ ବନ୍ଧା ହେବେ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ବିଏମସିର ଏ ସଂକ୍ରାନ୍ତ ପ୍ରସ୍ତାବକୁ ସରକାର ସ୍ୱୀକୃତି ପ୍ରଦାନ କରିଛନ୍ତି ।
ପୋଷାକୁକୁର ପଞ୍ଜୀକରଣ ଏବଂ ଉପଯୁକ୍ତ ନିୟନ୍ତ୍ରଣ ପାଇଁ ବିଏମସି ଆଇନ ପ୍ରସ୍ତୁତ କରିଛି । ୫ ଶହ ଟଙ୍କା ଦେଇ ପଞ୍ଜୀକରଣ କରିବ । ତା ସହ ନବୀକରଣ ପାଇଁ ୨୦୦ ଟଙ୍କା ଦେବାକୁ ପଡିବ । ସେତିକି ନୁହେଁ, ପୋଷା କୁକୁର ବାଟଘାଟରେ ମଳତ୍ୟାଗ କରିପାରିବ ନାହିଁ । ଯଦି କରିବ ତେବେ କୁକୁରର ମାଲିକ ପୋଷିବେ । ଏସବୁ ନିୟମକୁ ନ ମାନିଲେ ୧୦ ହଜାର ଜରିମାନା ସହ ଗିରଫ ଭୟ ମଧ୍ୟ ରହିଛି ।
ସେହିପରି ପୋଷା କୁକୁରକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ କେହି ବ୍ୟବହାର କରି ପାରିବେ ନାହିଁ । ବହୁ ମାଲିକ ସେମାନଙ୍କ କୁକୁରକୁ ବ୍ରିଡିଂ କରାଇ ଛୁଆ ବିକି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।ଏଣିକି ଏଥିରେ ରୋକ ଲାଗିବ । ଯଦି ଏପରି କରନ୍ତି ଏବଂ ଧରାପଡନ୍ତି ତେବେ ମୋଟା ଅଙ୍କ ଗଣିବାକୁ ପଡିବ ।
ବିଏମସି ପକ୍ଷରୁ ଆହୁରି କୁହାଯାଇଛି, ୪ ମାସରୁ କମ ବୟସର କୁକୁର ରଖିପାରିବେନି ମାଲିକ । ପ୍ରତ୍ୟେକ ବର୍ଷ ଏପ୍ରିଲ ୧ ତାରିଖରେ କୁକୁର ପଞ୍ଜୀକରଣ ହେବ । ଏହି ପଞ୍ଜୀକରଣ ବୈଧତା ଗୋଟିଏ ବର୍ଷ । ବର୍ଷକ ପରେ ପୁଣି ନବୀକରଣ କରିବେ ।
Comments are closed.