Latest Odisha News

BREAKING NEWS

କୁନୋ ନ୍ୟାସନାଲ୍ ପାର୍କରେ ଆଖି ବୁଜିଲା ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତା

ଭୋପାଳ: ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ୍ ପାର୍କରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ଚିତାଙ୍କ ମଧ୍ୟରେ ଲଢେଇରେ ଜୀବନ ହାରିଛି ଚିତା ‘ଦକ୍ଷା’ ଆଖି ବୁଜିଛି । ଦକ୍ଷିଣ ଆଫ୍ରିକାର ନାମିବିଆରୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ଏଯାବତ୍ ୩ ଜଣଙ୍କ ମୃତ୍ୟୁ ହେଲାଣି ।

ଗତମାସରେ କୁନୋ ଜାତୀୟ ଉଦ୍ୟାନରେ ୬ ବର୍ଷର ‘ଉଦୟ’ ବି ଆଖି ବୁଜିଥିଲା । ଦକ୍ଷିଣଆଫ୍ରିକାରୁ ଅଣା ଯାଇଥିବା ଚିତାଙ୍କୁ ମୌସୁମୀ ପୂର୍ବରୁ ଜଙ୍ଗଲରେ ଛାଡ଼ିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଜୁନରେ ମୌସୁମୀ ବର୍ଷା ଆରମ୍ଭ ହେବା ପରେ ସେମାନଙ୍କୁ ଜଙ୍ଗଲରେ ଛାଡ଼ି ଦିଆଯିବ ।

ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତାଙ୍କୁ ଖୋଲାରେ ଛାଡ଼ିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି କୁନୋ ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ । ଦେଶରେ ୭୦ ବର୍ଷ ତଳେ ଚିତା ଲୋପ ପାଇ ଯାଇଥିଲେ । ୨୦୨୨ ସେପ୍ଟେମ୍ବର ୧୭ରେ ବିମାନ ଯୋଗେ ୮ଟି ଚିତା ଦକ୍ଷିଣଆଫ୍ରିକାରୁ ଅଣାଯାଇଥିବା ସେମାନଙ୍କୁ କୁନୋ ଜାତୀୟ ଉଦ୍ୟାନର ଏନକ୍ଲୋଜରରେ ରଖା ଯାଇଥିଲା ।

Leave A Reply

Your email address will not be published.