Latest Odisha News

BREAKING NEWS

ଗର୍ଭବତୀଙ୍କୁ ଟିକା ଦେବା ନେଇ ବିଏମସିର ପ୍ରସ୍ତୁତି

ଭୁବନେଶ୍ବର : ଗର୍ଭବତୀଙ୍କୁ ଦିଆଯିବ କରୋନା ଟିକା । ଏଭଳି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଖାସକରି କେନ୍ଦ୍ର ସରକାରଙ୍କ ଏହି ଗାଇଡଲାଇନ୍ ଆସିବା ପରେ ଗର୍ଭବତୀଙ୍କୁ ଟିକା ଦେବା ପାଇଁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ପ୍ରସ୍ତୁତି । ତେବେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ପ୍ରସ୍ତୁତି ଚଳାଇଛଇ ବିଏମସି । ଅଙ୍ଗନଓ୍ବାଡ଼ି ଓ ଆଶାକର୍ମୀଙ୍କ ସହଯୋଗରେ ତାଲିକା ପ୍ରସ୍ତୁତ କରାଯାଇ ଗର୍ଭବତୀଙ୍କୁ ଚିହ୍ନଟ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ଚଳିତ ବର୍ଷ ଘରକୁ ଘର ବୁଲି ଗର୍ଭବତୀଙ୍କୁ ଟିକା ଦେବାର ବ୍ୟବସ୍ଥା କରିବ ବିଏମସି । ସ୍ବତନ୍ତ୍ର କ୍ୟାମ୍ପ କିମ୍ବା ଘରକୁ ଘର ବୁଲି ଟିକା ଦେବା ପାଇଁ ନିଷ୍ପତ୍ତି ନେବେ ବିଏମସି କମିଶନର । ସେହିପରି ୧୯୨୯ ଟୋଲ ଫ୍ରି ନମ୍ବରରେ ମଧ୍ୟ ସବିଶେଷ ତଥ୍ୟ ପାଇପାରିବେ ଗର୍ଭବତୀ । ପୂର୍ବରୁ ଯେପରି ଘରକୁ ଘର ବୁଲି କୋଭିଡ ଟେଷ୍ଟି କରାଯାଇଥିଲା, ଠିକ୍ ସେହିପରି ଗର୍ଭବତୀଙ୍କୁ ଟିକାକରଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସିର ଜୋନାଲ ଡେପୁଟି କମିଶନର ।

Leave A Reply

Your email address will not be published.