Latest Odisha News

BREAKING NEWS

ୟୁରୋକପ ଫୁଟବଲ: ସେମିଫାଇନାଲରେ ସ୍ପେନ-ଇଟାଲୀ ମୁକାବିଲା

ଲଣ୍ଡନ: ୟୁରୋକପ ଫୁଟବଲ ପ୍ରଥମ ସେମିଫାଇନାଲରେ ଦୁଇ ଶକ୍ତିଶାଳୀ ଟିମ୍ ଇଟାଲୀ ଓ ସ୍ପେନ ମଧ୍ୟରେ ମୁକାବିଲା ହେବ । ଇଟାଲୀ କ୍ରମାଗତ ୩୨ ମ୍ୟାଚରେ ଅପରାଜେୟ ରହିଥିବା ବେଳେ ସ୍ପେନ ମଧ୍ୟ ଲଗାତାର ୧୨ ମ୍ୟାଚ ଜିତି ଭଲ ଫର୍ମରେ ରହିଛି । ଉଭୟ ଟିମ୍ ୪ର୍ଥ ଥର ପାଇଁ ଏହି ମୁକାବିଲାରେ ସାମ୍ନା ସାମ୍ନି ହେବେ । ଜୁଲାଇ ୬ରେ ଲଣ୍ଡନରେ ଏହି ରୋମାଂଚକ ମୁକାବିଲା ହେବ ।

ଇଟାଲି ୨-୧ରେ ବିଶ୍ୱର ଏକ ନମ୍ବର ଟିମ ବେଲଜିୟମକୁ ଓ ସ୍ପେନ ପେନାଲ୍ଟି ଶୁଟଆଉଟରେ ସୁଇଜରଲାଣ୍ଡକୁ ହରାଇ ସେମିରେ ପ୍ରବେଶ କରିଛି । ସ୍ପେନ ୧୯୬୪, ୨୦୦୮ ଓ ୨୦୧୨ରେ ଟାଇଟଲ ହାସଲ କରିଥିବା ବେଳେ ଇଟାଲୀ ୧୯୬୮ରେ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.