ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଆଜି ୪ ହଜାର ୪୪୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୫୮୭ଟି ମାମଲା ଆସିଥିଲା । ସେଥିରୁ ବିଏମସି ବା ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ୪୬୮ ଜଣ ସଂକ୍ରମିତ ଥିବା ବିଏମସି ସୂଚନା ଦେଇଛି । ଏହା ଚଳିତବର୍ଷର ସବୁ ସଂକ୍ରମଣ ରେକର୍ଡକୁ ଭାଙ୍ଗିଛି । କ୍ୱାରେଣ୍ଟାଇନରୁ ୮୨ଟି ମାମଲା ଆସିଥିବା ବେଳେ ୩୮୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
Update on newly detected #COVID19 cases in the last
24 hrs under the BMC area on 19th Apr (till 9am). pic.twitter.com/UKmgR5KdKk— BMC (@bmcbbsr) April 19, 2021
ସ୍ଥାନୀୟ ସଂକ୍ରମଣ ମାମଲା ମଧ୍ୟରୁ ନୟାପଲ୍ଲୀରୁ ସର୍ବାଧିକ ୨୭ଟି ମାମଲା ଚିହ୍ନଟ ହୋଇଥିବା ବେଳେ ପଟିଆରୁ ୧୯ଟି ମାମଲା, ଓଲ୍ଡ ଟାଉନରୁ ୧୮ଟି, ସୁନ୍ଦରପଦାରୁ ୧୭ଟି, ଖଣ୍ଡଗିରି ଓ ପୋଖରୀପୁଟ ଅଞ୍ଚଳରୁ ୧୪ଟି ଲେଖାଏଁ ମାମଲା ଚିହ୍ନଟ ହୋଇଛି । ସେହିଭଳି ରସୁଲଗଡ଼, ଶୈଳଶ୍ରୀବିହାର, ଚନ୍ଦ୍ରଶେଖରପୁରରୁ ୧୩ଟି ମାମଲା ଆସିଛି ।
ରାଜଧାନୀରେ ଏଯାବତ୍ ୩୬ ହଜାର ୧୪୭ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏବେ ୨୮୨୭ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି । ୩୩ ହଜାର ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବା ବେଳେ ୨୫୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟାରେ ୧୨୩ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି ।
Comments are closed.