ଭୁବନେଶ୍ୱର: ବିଏମସି ବୁଧବାର ସହିଦ ନଗରର ବିଏମସି ଭବାନୀ ମଲ୍ରେ ଥିବା ପାର୍କିଂ ସ୍ଥାନରେ ଡ୍ରାଇଭ-ଇନ୍ କୋଭିଡ୍ ଟେଷ୍ଟ ଆରମ୍ଭ କରିଛି।
ସକାଳ ୮.୩୦ ରୁ ୧୨.୩୦ ମଧ୍ୟରେ ଉଭୟ ଆରଟିଓ- ପିସିଆର୍ ଏବଂ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି ବୋଲି ବିଏମସି ଟୁଇଟ୍ କରି କହିଛି।
ଏହି କୋଭିଡ୍ ଟେଷ୍ଟ ପାଇଁ ଏକ ଗାଡିରେ ଲୋକଙ୍କୁ ନିଜ ନିଜ ବ୍ୟବସ୍ଥାରେ କେନ୍ଦ୍ରକୁ ଯିବାକୁ ପଡିବ ବୋଲି ବିଏମସି କହିଛି।
ଟିକାକରଣ କେନ୍ଦ୍ରଗୁଡ଼ିକରେ ଭିଡ଼କୁ ଏଡ଼ାଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ହେଉଛି ଏହାର ଉଦ୍ଦେଶ୍ୟ ବୋଲି କହିଛି ବିଏମ୍ସି।
Comments are closed.