Latest Odisha News

ପ୍ରଚଣ୍ଡ ରୌଦ୍ର ତାପ ନେଇ ବିଏମସି ସଜାଗ ; ୧୦ଟି ମୁଖ୍ୟ ଟ୍ରାଫିକରେ ଲାଗିଲା ଅସ୍ଥାୟୀ ସେଡ୍

ଭୁବନେଶ୍ବର: ତାତିକୁ ଦେଖି ବିଏମସି ଆଣିଛି ସ୍ଵତନ୍ତ୍ର ପ୍ଲାନ୍ । ଡେଲ୍ଟା, ପଟିଆ, ବିଗ୍ ବଜାର ଛକ, ସିଆରପି, ଜାଭିୟର, ନାଲକୋ ଛକ ଭଳି ୧୦ଟି ମୁଖ୍ୟ ଟ୍ରାଫିକରେ ଅସ୍ଥାୟୀ ସେଡ୍ ଲଗାଯାଇଛି । ଏଥିସହ ଏଜି ଛକରେ ରହିବ ଏକମାତ୍ର ବଡ଼ ସ୍ଥାୟୀ ସେଡ୍ । ଏଜିର ଚାରି ମୁଖ୍ୟ ରାସ୍ତାରେ ରହିବ ସେଡ୍ । ଯାହାଦ୍ବାରା ଟ୍ରାଫିକରେ ଗାଡ଼ି ଛିଡ଼ା ହେଲେ ଛାଇରେ ଠିଆ ହୋଇପାରିବେ ଯାତ୍ରୀ ।

ଆହୁରି ମଧ୍ୟ ଅଂଶୁଘାତକୁ ନଜରରେ ରଖି ବିଏମସିର ସବୁ ୱାର୍ଡରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ବ୍ୟବସ୍ଥା କରାଯିବ । ସବୁ ୱାର୍ଡରେ ୱାଟର କିଓସ୍କ ରହିବ । ପୂର୍ବ ବର୍ଷ ପରି ସ୍ଵୟଂ ସହାୟକ ମହିଳାମାନେ ଏଥର ଥଣ୍ଡା ଓ ସ୍ଵଚ୍ଛ ପାନୀୟ ଜଳ ବଣ୍ଟନ କରିବେ। ୧୪ଟି ସ୍ଥାନରେ ସୋଲାର ୱାଟର କିଓସ୍କ ରହିବ । କେବଳ ୨୩-୩୭ ନମ୍ବର ୱାର୍ଡକୁ ବାଦ ଦେଲେ ସବୁ ୱାର୍ଡରେ ୱାଟର କିଓସ୍କ ପ୍ରସ୍ତୁତ ହୋଇସାରିଛି ।

ସେହିପରି ଅଂଶୁଘାତ ଶିକାର ରୋଗୀଙ୍କ ପାଇଁ ସବୁ ବିଏମସି ହସ୍ପିଟାଲରେ ସ୍ଵତନ୍ତ୍ର ବଡ ରହିଛି । ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏ କାମ କରିବେ ନାହିଁ ଶ୍ରମିକ । ବୁଲା ଗାଈ ଗୋରୁ, ପଶୁପକ୍ଷୀଙ୍କ ପାଇଁ ମାଟି ପାତ୍ରରେ ଜଳ ରହିବ ବୋଲି ଭୁବନେଶ୍ଵର ମେୟର କହିଛନ୍ତି ।

Comments are closed.