ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସରେ ମହାରାଷ୍ଟ୍ର ସରକାର ବିରୋଧୀ ହେବା ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେଉଛି । ସିବିଆଇ ହାତକୁ କେସ ଯିବା ଯୋଗୁ ମହାରାଷ୍ଟ୍ର ସରକାର କୁଇନ କଙ୍ଗନାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛି । କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ କଙ୍ଗନା ଯଦି ମୁମ୍ବାଇ ୭ ଦିନରୁ ଅଧିକ ରହିବା ପାଇଁ ଯୋଜନା କରୁଛନ୍ତି ତାହାହେଲେ ବିଏମସି ତାଙ୍କୁ କ୍ୱାରେଂଟାଇନରେ ରଖିବ ।
ପୂର୍ବରୁ ସୋସିଆଲ ମିଡିଆରେ କଙ୍ଗନା ସେପ୍ଟେମ୍ବର ୯ରେ ମୁମ୍ବାଇ ଆସିବେ ବୋଲି ଘୋଷଣା କରିଥିଲେ । ଇତି ମଧ୍ୟରେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସରେ ବିଏମସି କର୍ମଚାରୀ ପଶି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି । କଙ୍ଗନାଙ୍କୁ କେନ୍ଦ୍ର ସରକାର ୱାଇ ସୁରକ୍ଷା ଯୋଗାଇ ଦେଇଛନ୍ତି ।
Comments are closed.