Latest Odisha News

BREAKING NEWS

ପୂର୍ବତନ ସେନା କର୍ମଚାରୀଙ୍କ ଗୁଳିମାଡରେ ପଡୋଶୀ ଆହତ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ନିଜ ପଡୋଶୀଙ୍କୁ ଗୁଳି ମାରି ଆହତ କରିଛନ୍ତି । ଘଟଣାଟି ଘଟିଛି ଭରତପୁର ଅଞ୍ଚଳରେ ।

ସୂଚନାନୁସାରେ, ଅବସରପ୍ରାପ୍ତ ସେନା କର୍ମଚାରୀ ଅଶ୍ୱିନୀ ରାଉତ ପଡୋଶୀ କୁଂଜ ବେହେରା ଗୁଳି ମାଡ କରିଥିଲେ । ଗୁଳିଟି କୁଂଜଙ୍କର ହାତରେ ବାଜିଛି । ତେବେ କେଉଁ କାରଣରୁ ସେ ଗୁଳିମାଡ କଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.