Latest Odisha News

BREAKING NEWS

BMCର ୱାର୍ଡ ସଂରକ୍ଷଣ ତାଲିକା ଚୁଡାନ୍ତ ,ଏଥର ବିଏମସିରେ ସାମିଲ ହେବ ୬ ଟି ନୂଆ ପଞ୍ଚାୟତ

ଭୁବନେଶ୍ୱର: ଖୁବ୍ ଶିଘ୍ର ହେବ ପୌର ନିର୍ବାଚନ ।ଏଥିପାଇଁ ପକ୍ରିୟା ଆରମ୍ଭ ହେଲାଣି । ଏନେଇ ବିଏମସିର ୱାର୍ଡ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ୱାର୍ଡର ସଂଖ୍ୟା ବୃଦ୍ଧି ନେଇ ଯେଉଁ କଳ୍ପନା ଯଳ୍ପନା ଲାଗି ରହିଥିଲା ୱାର୍ଡ ସଂଖ୍ୟା ବୃଦ୍ଧି ହେବା ନେଇ ତାହା ଏବେ ଅନ୍ତ ଘଟିଛି । ଭୁବନେଶ୍ୱର ସଂଲଗ୍ନ ବିଭିନ୍ନ ପଞ୍ଚାୟତ ପକ୍ଷରୁ ଦୀର୍ଘ ଦିନ ହେଲା ଦାବି ହେଉଥିଲା ବିଏମସିରେ ସାମିଲ ହେବା ପାଇଁ । ନଗର ଉନ୍ନୟନ ବିଭାଗକୁ ତାଲିକା ବିଏମସି ପକ୍ଷରୁ ଦିଆଯାଇଛି । ବିଏମସିର ୱାର୍ଡ ସଂଖ୍ୟା ବଢିବନି ବୋଲି ଜଣାପଡିଛି । ଅନ୍ୟପଟେ ବିଏମସିରେ ସାମିଲ ହେବ ଆଉ ୬ ଟି ପଞ୍ଚାୟତ । ସେଗୁଡିକ ହେଲା ସୁବୁଦ୍ଧିପୁର, କଳାରାହାଙ୍ଗ,ପାତ୍ରପଡା, ଶଙ୍କରପୁର ,ଭଗବାନପୁର ଓ ପାଇକରାପୁର ପଞ୍ଚାୟତ ।୨୦୧୧ଜନସଂଖ୍ୟ ଅନୁସାରେ  ନିର୍ବାଚନ ହେବ ।

ଏହି ଅଞ୍ଚଳର ଲୋକମାନେ ବିଏସମି ଅଧିନରେ ଭୋଟ୍ ଦେଇପାରିବେ ।ସେମାନେ ଆଗରୁ ପଞ୍ଚାୟତ ଅଧିନରେ ଭୋଟ୍ ଦେଉଥିଲେ ।ଏହି ସବୁ ପଞ୍ଚାୟତ ଗୁଡିକରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ ନାହିଁ ବୋଲି ଜଣାପଡିଛି । ମହିଳାଙ୍କ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି ।୬୭ ଟି ୱାର୍ଡର ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ଭୁବନେଶ୍ୱର ମହାମନଗର ନିଗମର ୬୭ ଟି ୱାର୍ଡରୁ ୧୮ ଟି ୱାର୍ଡରେ ଓବିସି ,୬ ଟି ୱାର୍ଡ ଏସସି , ୩ ଟି ୱାର୍ଡରେ ଏସଟି ,୨୦ ଟି ୱାର୍ଡ ମହିଳା ଏବଂ ଅବଶିଷ୍ଟ ୨୦ ଟି ୱାର୍ଡ ଅଣସଂରକ୍ଷିତ ରହିଥିବା ଜଣାପଡିଛି ।

Leave A Reply

Your email address will not be published.